STORYMIRROR

Anirudha Kund

Classics Inspirational

3  

Anirudha Kund

Classics Inspirational

ଉତ୍କଳମଣି

ଉତ୍କଳମଣି

2 mins
199

ହେ ଉତ୍କଳମଣି "ଦାସେ ଆପଣେ"

ଜନ୍ମ ନୀଳାଚଳେ ଶୁଭ ଲଗନେ

ଗୋପବାଳ ପ୍ରାଣ ଶ୍ରୀ ଜଗନ୍ନାଥ

ଗୋପବନ୍ଧୁ ତୁମ ନାମ ଯଥାର୍ଥ ॥୦॥


ବିଖଣ୍ଡିତ ରାଜ୍ୟ ଓ ବିଲୁପ୍ତ ଭାଷା

ଦେଖି ପଣ କଲ ସ୍ୱତନ୍ତ୍ର ଓଡିଶା

"କର୍ତ୍ତବ୍ୟ ବୋଧିନୀ ସମିତି" ଗଢିଲ

ଓଡିଆ ଭାଷା ପାଇଁ ତୁମେ ଲଢିଲ ॥୨॥

ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶା

ଓଡ଼ିଆ ଶ୍ରମିକ ସଂଘର ଭରସା

ସାନ୍ଧ୍ୟ ବିଦ୍ୟାଳୟ ଜଗାଇଲା ଆଶା

ଦୂରକରିବାକୁ ଦରଦୀର ଦୁର୍ଦ୍ଦଶା ॥୩॥


ବନ୍ୟା,ବାତ୍ୟା ଅବା କି, ନଅଙ୍କ କାଳ

ବାଣ୍ଟୁଥିଲ ବୁଲି ତୁମେ ଚୂଡ଼ା ଚାଉଳ 

ନଥିଲ‍ା ତ ପର ଆପଣାର ଭାବ

ତୁମେଥିଲ ଓଡିଆ ପ୍ରାଣ ବଲ୍ଲଭ ॥୪॥


ବକୁଳ ଆଉ ଛୁରିଆନା କୁଞ୍ଜରେ 

ଗଢିଲ ବନ ବିଦ୍ୟାଳୟ ଖଞ୍ଜରେ

ଖେଳାଇ ପଞ୍ଚ ସଖା ମୃଦୁମଳୟ

ଶିକ୍ଷାଳୟ ତୋଳିଲା ଜ୍ଞାନ ବଳୟ ॥୫॥


"ଅବକାଶ ଚିନ୍ତା" "କାରାକବିତା"

"ଧର୍ମପଦ" "ବନ୍ଦୀର ଆତ୍ମକଥା"

 "ଗୋମହାତ୍ମ୍ୟ" "ଉପାଖ୍ୟାନ ନଚିକେତା"

"ସମାଜ" ଗାଏ ତୁମ ସ୍ମୃତି ଗାଥା ॥୬॥


ମିଶାଇଲ ଦେହ ଏ ଦେଶ ମାଟିରେ

କଷ୍ଟ ସହିଗଲ ନିଜର ପିଠିରେ

ଶିଖାଇଣ ସତ୍ୟ, ସେବା ଓ ଅହିଂସା 

ଗଢିବାକୁ ଦାସେ ଉତ୍ତମ ଓଡିଶା ॥୭॥


ଓଡିଆ ଭାଷାର ହେ ପ୍ରାଣସ୍ପନ୍ଦନ

ସର୍ବସ୍ବ ଦେଇ ହେଲ ହରିଚନ୍ଦନ

ଜାତିର ଦଧିଚୀ ଉତ୍କଳ ନନ୍ଦନ

ଘେନ ଅଭିନନ୍ଦନ ହେ ଜଗ ବନ୍ଦନ ॥୮॥



Rate this content
Log in

Similar oriya poem from Classics