Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract Classics

3  

Lata Behera

Abstract Classics

ଉତ୍କଳୀୟ ପରମ୍ପରାରେ ଲକ୍ଷ୍ମୀ ପୂଜନ

ଉତ୍କଳୀୟ ପରମ୍ପରାରେ ଲକ୍ଷ୍ମୀ ପୂଜନ

1 min
2



ମାର୍ଗଶିର ମାସ ଗୁରୁବାର ହେଲେ

ମନେ ଖୁସି ଖେଳି ଯାଏ

ପ୍ରତି ଘରଦ୍ବାର ଗୋମୟରେ ଲିପି

ଝୋଟିମାନ ପଡି ଥାଏ ।


ଶ୍ରଦ୍ଧା ଭକତିରେ ମହାଲକ୍ଷ୍ମୀଙ୍କର

ପୂଜା ଅରଚନା ହୁଏ

ପ୍ରଭାତ ହୋଇଲେ ଶଯ୍ୟା ତ୍ୟାଗ କରି

ମା ଲକ୍ଷ୍ମୀଙ୍କୁ ଡାକୁ ଥାଏ ।


ବାସି କାମ କରି ସ୍ନାହାନକୁ ସାରି

ଶୁଭ୍ର ଶାଢୀ ପିନ୍ଧି ଥାଏ

ନୂଆ ଧାନ ନୂଆ ମାଣରେ ରଖିଣ

ଧଳା ଧାନ ଶୀସା ଦିଏ ।


ହଳଦୀ ପାଣିରେ ଗୁଆକୁ ଧୋଇ ସେ

ମାଣ ପରେ ରଖି ଦିଏ

ଚାଉଳକୁ ବାଟି ଝୋଟି ସିଏ ଆଙ୍କି 

ମାଆ ପାଦ ପୁଜୁ ଥାଏ ।


ଦଶ ଖିଅ ସୂତେ ବ୍ରତକୁ ଗୁଡେଇ

ଦଶ ଗୋଟି ଦୂବ ଦିଏ

ଦଶ ପୁର ସାଥେ ଦଶ ଗୋଟି ମଣ୍ଡା 

ପିଠା କରି ପୂଜା ହୁଏ ।


ପଞ୍ଚାମୃତ ସାଥେ ନଡିଆ କଦଳୀ

କ୍ଷୀର ଛେନା ପଡିଥାଏ

ଅରୁଆ କୁଣ୍ଡାରେ ପିଠା କରା ଯାଇ

ମାଆଙ୍କୁ ଅର୍ପଣ ହୁଏ ।


ପ୍ରଥମରେ ବାଳଧୂପ ଓ ସଙ୍କୁଡି

ତା ପରେ ନୈବେଦ୍ୟ ହୁଏ

ଦଶ ଖିଅ ସୂତେ ଦଶଗୋଟି ନାମ

ମାଆଙ୍କର ଦିଆଯାଏ ।


ମହାଲକ୍ଷ୍ମୀଙ୍କର ପ୍ରସାଦ କେବେବି

ପରକୁ ଦିଆ ନ ଯାଏ

ବିଭା ହେଇଥିବା ଝିଅ ମଧ୍ୟ 

ସେଇ 

ପ୍ରସାଦ ଖାଇ ନ ଥାଏ ।


ଗୁରୁବାର ଦିନ ସତ୍ୟ ଧର୍ମେ ଥାନ୍ତି

ଆମିଷ ବର୍ଜନ ହୁଏ 

ଖଇ ଭାଜନ୍ତିନି ଗୁରୁବାର ଦିନ

ଏଥି ପ୍ରତି ଧ୍ୟାନ ଦିଏ ।


ଲକ୍ଷ୍ମୀ ପୂଜା ଅଟେ ଆମର ଗୌରବ

ନୀତି ନୀୟମଟି ଥାଏ

ପରମ୍ପରା ରୀତି ନୀତି ପଦ୍ଧତିରେ

ପୂଜି ସମର୍ପିତା ହୁଏ ।


ସାଗର ଦୁଲଣୀ ବିଷ୍ଣୁ ପାଟରାଣୀ

ମାଆ ଲକ୍ଷ୍ମୀ ପୂଜା ହୁଏ

ଭକ୍ତି ବିଶ୍ୱାସରେ ଶ୍ରଦ୍ଧାରେ ଯେ 

 ପୂଜେ

ମା ଲକ୍ଷ୍ମୀଙ୍କୁ ନିଶ୍ଚେ ପାଏ ।


Rate this content
Log in

Similar oriya poem from Abstract