Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ଆକାଶେ କି ରଙ୍ଗ ଲାଗିଲା

ଆକାଶେ କି ରଙ୍ଗ ଲାଗିଲା

1 min
9



ଆକାଶେ କି ରଙ୍ଗ ଲାଗିଲା ସତରେ 

   ମନଟି ଚହଲି ଗଲା

ନୀଳ ଆକାଶର ନୀଳିମା ରଙ୍ଗରେ

   ଦେହଟି ରଙ୍ଗେଇ ଦେଲା ।


ନୀଳ ଶାଢୀ ତାର ଦେହେ ପିନ୍ଧାଇଲା

   ନୀଳ ଆଖି ହେଇଗଲା

ନୀଳ ପାରାବାର ନୀଳ ଢେଉ ତାର

   ନୀଳିମାରେ ହଜି ଗଲା ।


ନୀଳ ଆକାଶର ଭସା ବାଦଲରେ

    ନାଆଁ ତାର ଲେଖି ଦେଲା

ନୀଳ କାଳିମାରେ ନୀଳ ଲଫାପାରେ

   ମନଟି ଚୋରାଇ ନେଲା ।


ନୀଳ ଆକାଶର ନୀଳ ପକ୍ଷୀ ତାର 

    ଡେଣା ଝାଡି ଉଡୁ ଥିଲା

ନୀଳ ପର ଝାଡି ଭଲ ପାଇବାର 

   ବାରତାଟି ଦେଇଗଲା ।


ନୀଳ ଅକ୍ଷରରେ ପ୍ରେମର ସଙ୍ଗୀତ

   ମୂର୍ଚ୍ଛନାଟି ହେଉଥିଲା

ନୀଳ ଆକାଶର ବକ୍ଷ ଦେଶେ ତାର

   ରୂପଟି ତା ଆଙ୍କି ଦେଲା ।


ନିରିମଳ ସେଇ ନୀଳ ଆକାଶଟି

    ନୀଳମୟ ହୋଇଗଲା

ନୀଳିମା ରଙ୍ଗରେ ନିଜକୁ ସଜେଇ

   ପ୍ରେମ ତା ବରଷି ଦେଲା ।


ନୀଳ ରଙ୍ଗେ ତନୁ ମନ ହରି ନେଲା

    ସଭିଁଙ୍କି ପାଗଳ କଲା

ଆକାଶେ କି ରଙ୍ଗ ଲାଗିଲା ସତରେ

    ଦୁନିଆ ବଦଳି ଗଲା ।।


Rate this content
Log in

Similar oriya poem from Abstract