STORYMIRROR

MADHU MITA

Abstract

3  

MADHU MITA

Abstract

ମହାନ୍ ସ୍ବପ୍ନ

ମହାନ୍ ସ୍ବପ୍ନ

1 min
124


ଜୀବନ ମିଳେ ମାତ୍ର ଥରେ ଏ ମହୀ ବକ୍ଷରେ

କେତେ ଜନ୍ମ ପରେ କେତେ ଯେ ଅପେକ୍ଷାରେ

କେତେ ଲକ୍ଷ ଯୋନିରେ ଜନ୍ମ ନେଲା ପରେ

ମଣିଷ ଜନ୍ମ ମିଳେ ଧରଣୀର କୋଳରେ

କରିବାକୁ ଏହି ଜନମକୁ ସାକାର

କେତେ ଜଣ କରନ୍ତି କେତେ ବିଚାର

ସବୁଠାରୁ ବଡ ତ୍ୟାଗ ସେବାର ବିଚାର

ଯାହା କରି ପାରନ୍ତି କେବଳ ଡାକତର

ଦିନରାତି ରୋଗୀ ସେବା ପାଇଁ ସମର୍ପିତ

ଡାକ୍ତର ଜୀବନ କେବେ ନୁହଁଇ ଯେ ବ୍ୟର୍ଥ

ଦୁରାରୋଗ୍ୟ ହେଉ ଯେତେ ବଡ ବେମାରୀ

ଡାକ୍ତର ଚେଷ୍ଟା କରେ ନେବ ତାକୁ ହରି

ଯନ୍ତ୍ରଣାରେ କଲବଲ ହେଉଥିଲେ ପ୍ରାଣ

ଡାକ୍ତର ପାଖରେ କେବଳ ଥାଏ ମନ

ସେହି ସତେ ଈଶ୍ୱର ସମାନ ଦାତାଟିଏ

ମୃତ୍ୟୁ ମୁଖରୁ ଯେ ହାତ ଧରି ଆଣିଦିଏ

ଯେତେ ନିରାଶା ଥିଲେ ଅସୁବିଧା ହୁଏନି

ଡାକ୍ତର ଯଦି କୁହେ ଜମା ବ୍ୟସ୍ତ ହୁଅନି

କିଛି ହୋଇନାହିଁ ତୁମେ ଭଲ ହୋଇଯିବ

ରୋଗ ବୈରାଗ ତୁମଠୁ ଦୂର ହୋଇଯିବ

ପଦିଏ କଥା ତାର ମନରେ ବଳ ଆଣିଥାଏ

ସବୁ ବେମାରିକୁ ସେ ହରେଇ ଜିତିଯାଏ

ଡାକ୍ତର ଯଦି କେବେ ନିରାଶ ହୋଇଯାଏ

ସେତେବେଳେ ରୋଗୀ ଆଉ ବଂଚି ନ ଥାଏ

ଡାକ୍ତର ମନରେ ଥାଏ ସଦା ସ୍ବପ୍ନ

ଏ ଜଗତ ହେଉ ସୁଖ ଶାନ୍ତିରେ ପୂର୍ଣ୍ଣ

ରୋଗ ବେମାରୀ ଆଉ କଷ୍ଟ ନ ଦିଅନ୍ତୁ

ଦୁନିଆରେ କେହି ଯନ୍ତ୍ରଣା ନ ପାଆନ୍ତୁ

ତା ଆଖିରେ କେବଳ ଏହି ସ୍ବପ୍ନ ଥାଏ

ତାକୁ ଯେ ବିଶ୍ଵାସ କରେ ସେ ତାର ହୋଇଯାଏ

ରଙ୍ଗ ବର୍ଣ୍ଣ ଧର୍ମ ବିନା ଦେଖି ସେ ସେବା କରଇ

ସୁସ୍ଥ ହେଉ ରୋଗୀ ବୋଲି ସପନକୁ ନେଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract