STORYMIRROR

Swarnalata Dash

Abstract Others

3  

Swarnalata Dash

Abstract Others

ସ୍ବର୍ଗୀୟ ଆନନ୍ଦ

ସ୍ବର୍ଗୀୟ ଆନନ୍ଦ

1 min
222

କୋଟିଏ ତାରା କି ଗୋଟିଏ ଜହ୍ନ

କେବେ ଵି ତ କାଇଁ ମାଗିନି

ମୁଠାଏ ସ୍ବପ୍ନ କି ଟୋପାଏ ଅମୃତ

ପାଇଁ ଵି ତ ଅଳି କରିନି

କର୍ତ୍ତବ୍ୟ କରିଛି ଯେତିକି ପାରିଛି

ଅଧିକାର କିଛି ମାଗିନି

ତଥାପି ତ ଦିନ ସରୁନି

ଅପରାଧ କିଛି ନ କରିକି ଯେବେ

ଅପରାଧୀ ଦଣ୍ଡ ଭୋଗୁଛି

ଅପବାଦ ପାଇଁ ସୀତା ସତୀ ଏଇ

ମର୍ତ୍ତ୍ୟରେ ପାତାଳି ହୋଇଛି

ସେ ଯନ୍ତ୍ରଣା ଯେବେ ଅସରନ୍ତି ଥିଲା

ମୁଁ କିବା ଆଉ ଭାବିବି

ଯେତେ ପ୍ରାରବ୍ଧରା ବେଦନା ସବୁକୁ

ସାଦରେ ସାଉଁଟି ଆଣିବି

ସବୁ ଯାତନାକୁ ସହିବି

ଇଛା ଅନିଚ୍ଛାକୁ ପଚାରିନ ଦିନେ

ମନ ଖୋଲି କହି ପାରିନି

ହୃଦୟ କଠିନ ଇସ୍ପାତ ମନ

ନେଇ ମନ ବୁଝି ପାରନି

ପ୍ରେମ ପ୍ରଣୟର ପରିଭାଷା ଖାଲି

ନୁହିଁ ଇ ଦୈହିକ ସୁଖ ତ

ପରସ୍ପର ମନ ବୁଝି ସମଝିଲେ

ସ୍ବର୍ଗୀୟ ଆନନ୍ଦ ମିଳେ ତ

ଚାହିଁଛି ଚାତକି ଅନାଥିନି ତୁମ

 ଘନ ବରଷିବ ପିୟୁଷ

ଧନ ଲୋଡ଼ାନାହିଁ ହେମ ଲୋଡ଼ାନାହିଁ

ଲୋଡ଼ା ତ ଅମୃତବଚନ 

ପରସ୍ପର ସ୍ନେହ ଯହିଁ ନିରନ୍ତର

ସେ ପରା ବୈକୁଣ୍ଠ ସମାନ

ସତେ ହେବ ଆଶା ପୂରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract