STORYMIRROR

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ତୁମେ ହି ଅନ୍ତଃର୍ଯାମୀ

ତୁମେ ହି ଅନ୍ତଃର୍ଯାମୀ

1 min
183

ନିଖିଳ ବ୍ରହ୍ମାଣ୍ଡ ଚାରୁ ଚିତ୍ର ମଣ୍ଡେ

ସ୍ଥୁଳ ସୂକ୍ଷ୍ମ ରୂପେ ତୁ ଅଖଣ୍ଡ।


ଦୃଶ୍ୟମାନ ତାରା ମଣ୍ଡଳ ଆକାଶେ

ଚନ୍ଦ୍ରମାରେ ଦିଶେ ମୂଖ ମଣ୍ଡଳ।


ଗ୍ରୀଷ୍ମ ସୂର୍ଯ୍ୟ ମୁଖେ ରୁଦ୍ର ଅବତାର

କେବେ ଧରାଟିରେ ତୁ ଶୀତଳ ସମୀର ।


କେବେ ତୁ ଜୀବଟି ଚେତନାର ମାର୍ଗ

ସୂକ୍ଷ୍ମ ଅଦୃଶ୍ୟରେ ସୁପଥ ରାଗ।


ଜୀବନ ଋତୁରେ ହସ ବସନ୍ତ ତୁ

ନାନାଜାତି ପୁଷ୍ପ ଖୁସି ସୋପାନ।


ସଂସାର କ୍ଷେତ୍ରରେ ସଂସାରିକ ତୁମେ

ବର୍ଷ ମାସ ଦିନ ପର୍ବ ପାର୍ବଣ।


ନରର ଭିତରେ ଇଶ୍ବର ଯେ ତୁମେ 

ନାମ ରାମ ତୁମେ ପୂରୁଷୋତ୍ତମ ।


ତୁମେ ଧର୍ମକ୍ଷେତ୍ର, କୂରୂକ୍ଷେତ୍ର ତୁମେ

କର୍ମକ୍ଷେତ୍ରେ ତୁମେ ଶ୍ରୀକୃଷ୍ଣ-ରଥ।


ଜୀବନ, ଜଗତ, ପ୍ରକୃତ୍ତି, ସଂସ୍କୃତି,

ତୁମେ ହି ମହାପୁରୂଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract