ଉତ୍କଳ ଜନନୀ
ଉତ୍କଳ ଜନନୀ
ଦେବତ୍ବର ଦେଶ ମୋ ଭାରତ ଦେଶ
ଉତ୍କଳ ଜନନୀ ମାଆ
କାଶ୍ମୀର ଠାରୁ କନ୍ୟା କୁମାରୀ ଯେ
ବିସ୍ତାରିତ ତାର ନାଆଁ ।
ସତ୍ୟ ଯୁଗ ଠାରୁ କଳିଯୁଗ ଯାଏ
କେତେ ଯେ ବୀର ପୁରୁଷ
ତୋହରି କୋଳରେ ଜନ୍ମ ନେଇଛନ୍ତି
ଦେବାଦେବୀ ଯେ ମନୁଷ୍ୟ ।
ରାମ କୃଷ୍ଣ ପୁଣି ଶ୍ରୀ ଜଗନ୍ନାଥ ଯେ
ଉତ୍କଳ ରେ ଦିବ୍ୟମାନ
କ୍ରାନ୍ତି ପୁରୁଷଙ୍କ ଆଶୀର୍ବାଦ ରଖେ
ଭାରତ ମାଆ ସମ୍ମାନ ।
କେତେ ନଦୀ ନାଳ କୁଅ ଜଳାଶୟ
କରିଛି ତା ହୃଦେ ବାସ
ତାହାରି କୋଳରେ ଆନନ୍ଦେ ବଢିଛୁ
ପାଇଛୁ ତାର ଆଶିଷ ।
ମାଆ ହୃଦୟରେ ମାଆ ଆଶିଷରେ
ଦିନ ରାତି ଥାଉ ହସି
ମମତାମୟୀ ତୁ ମାଆ ଲୋ ଜନନୀ
ଆଶିଷ ଦେଉ ପରଷି ।
ଉତ୍କଳ ଆମର ଗୌରବର ଦେଶ
ଗୌରବମୟ ସଂସ୍କୃତି
ଗୌରବ ମୋ ଦେଶ ମାତୃଭୂମି ପ୍ରେମୀ
ଗୌରବେ ଗାଏ ତା ଗୀତି ।
ଶସ୍ୟ ଶ୍ୟାମଳା ରେ ପୂର୍ଣ୍ଣତା ପାଇଛି
ପୂର୍ଣ୍ଣ୍ୟମୟୀ ରେ ପୂର୍ଣ୍ଣତା
ଅପୂର୍ବ ଅପୂର୍ଣ୍ଣ ନାହିଁ ତାର ମାନ
ସଂସ୍କୃତି ସଂପୂର୍ଣ୍ଣା ମାତା ।
କୋଟି କୋଟି ଜୀବ ତା କୋଳରେ ନିତି
ଶାନ୍ତିରେ ନିଶ୍ବାସ ମାରେ
ପବିତ୍ର ପରଶ ଦିଏ ମାତୃଭୂମି
ତା କୋଳେ ମମତା ଝରେ ।
ଏ ଦେଶ ଏ ମାଟି ପବିତ୍ର ଏ ଭୂମି
ବୀର ପୁରୁଷ ଙ୍କ ପାଇଁ
ଦେଶ ମାତୃକାର ସୁରକ୍ଷା ପାଇଁ କି
ସହୀଦ ହେବୁ ତ ଯାଇ ।
ଅମୂଲ୍ୟ ସମ୍ପତ୍ତି ମୋ ଦେଶ ସଂସ୍କୃତି
ତା ସମ୍ମାନ ଆମ କାମ୍ୟ
ବଞ୍ଚି ଥିବା ଯାଏ ଭାରତ ମାଆର
ରଖୁଥିବା ଆମେ ମାନ୍ୟ ।
ଦେଶ ମାତୃକାର ସୁରକ୍ଷା ପାଇଁକି
ସହୀଦ ହେବୁ ତ ମିସି
ମରିବୁ ମାରିବୁ ଦେଶ ମାଆ ପାଇଁ
କରିବୁନି ପର ଦେଶୀ ।
କୋଟି ନମୋ ମୋର ପବିତ୍ର ଭାରତ ।
ନମୋ ଉତ୍କଳ ଜନନୀ
କ୍ଷମା କରିଦେ ମା ଅଧମ ସନ୍ତାନେ
ସହିଷ୍ଣୁ ସଦା ମାନିନୀ ।