STORYMIRROR

PURNA CHANDRA PANDA Purna

Action Others

3  

PURNA CHANDRA PANDA Purna

Action Others

ଉତ୍କଳ ଦିବସ

ଉତ୍କଳ ଦିବସ

1 min
202


ଉଣେଇଶ ସହ ଛତିଶ ମସିହା

ଏପ୍ରିଲ ଏକ ତାରିଖେ,

ସ୍ୱାଧୀନ ହୋଇଲା ମୋ ଦେଶ ଉତ୍କଳ

ସ୍ୱତନ୍ତ୍ର ମାନ୍ୟତା ରଖେ ll


ଖଣ୍ଡ ବିଖଣ୍ଡିତ ଶରୀର ତାହାର

ପାଞ୍ଚ ଶହ ବର୍ଷ କାନ୍ଦିଛି,,

ଜାତିହୀନ ହୋଇ ଦୁଃଖରେ ରହିଛି

ଭାଷାହୀନ ମଧ୍ୟ ହୋଇଛି ll


ଷୋଡ଼ଶ ଶତାବ୍ଦୀ ଦ୍ୱିତୀୟ ଭାଗରେ

ଓଡିଶା ରାଜନୈତିକ,,

ଆକାଶର ବିପର୍ଯ୍ୟୟ ହୋଇଥିଲା

ବୀର ଜନମି କେତେକ ll


ଏତେ ଦୁଃଖେ ଥାଇ ଅନେକ ଲେଖକ

କବି ସାହିତ୍ୟ ସୃଜକ,,

ସାଧନା ବଞ୍ଚାଇ ରଖିଲେ ବୋଲି

ବଞ୍ଚିଥିଲା ଭାଷା ଟିକକ ll


ଛାପାଖାନା ଟିଏ ଅଭାବ ଥିବାରୁ

ସେହି ସମୟ ଉତ୍କଳେ,,

ଭାଷା ଓ ସଂସ୍କୃତି ବିପନ୍ନ ହୋଇଲା

ଲଢ଼ିଲେ ବୀର ସକଳେ ll


ବିଦ୍ୟାଳୟ ମାନ ଓଡ଼ିଆ ବଦଳେ

ବଙ୍ଗଳା ପlଠ ପଢ଼ାଇଲେ,,

ଧୀରେ ଚକ୍ରାନ୍ତରେ ବଙ୍ଗରେ ମିଶଇ

ଦେବାର ଯୋଜନା କଲେ ll


ତାହା ଦେଖି ଦକ୍ଷିଣରେ ତେଲେଙ୍ଗାନା

ଓଡିଶା ଭାଷା ଗିଳିଲା,,

ଏତେ ବିପର୍ଯୟ ଦେଖି ଆମ ପୁଅ

ଚନ୍ତା ରାଜ୍ୟରେ ଡୁବିଲେl ll


ଏକ ସମୟରେ ସମ୍ବଲପୁରରେ

ସରକାରୀ ଭାଷା ହିନ୍ଦୀ,,

ସବୁ ପଟୁ ଘେରି ବାହ୍ୟ ରାଜ୍ୟ ମାନ

ଓଡ଼ିଆକୁ କଲେ ବନ୍ଦୀ ll


ଏହି ସମୟରେ ଓଡ଼ିଆ ଭାଷାର

ଏକତ୍ରୀକରଣ ମେଳି,,

ଉଣେଇଶ ଶହ ତିନିରେ ଡାକିଲେ

ଓଡ଼ିଆଙ୍କ ସମ୍ମିଳନୀ ll


ଉତ୍କଳ ଗୌରବ ଦାସଙ୍କ ନେତୃତ୍ୱେ

ମହା ସମ୍ମିଳନୀ ହେଲା,

ରାଜା ଜମିଦାର ମାନଙ୍କ ନେତୃତ୍ୱେ

ତୀବ୍ରତର ତାହା ହେଲା ll


ଶେଷେ ଜନ୍ମନେଲା ସ୍ୱତନ୍ତ୍ର ଓଡିଶା

ଆଧୁନିକତାର ଛାପ,,

ଗୋପବନ୍ଧୁ, ବ୍ୟାସ କବି, ରାମଚନ୍ଦ୍ର

ଥିଲେ ବାପ ଗୋସିବାପ ll


ଏହି କାମ ପାଇଁ ଶ୍ରେୟ ଦିଆଗଲା

ନୀଳକଣ୍ଠ, ରାଧା ନାଥ,

ଗଜପତି, ଗଙ୍ଗାଧର, କର୍ମ ବୀର

ଗୌରୀ ଶଙ୍କର ସତ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action