STORYMIRROR

Pratima Satpathy

Classics

4  

Pratima Satpathy

Classics

ଉତ୍କଳ ଦିବସ

ଉତ୍କଳ ଦିବସ

1 min
309


ଉଣେଇଶି ଶହ ଛତିଶି ମସିହା

    ଏପ୍ରିଲ ପହିଲା ଦିନ

ପୂଣ୍ୟଭୂମି ମୋର ଓଡିଶା ସ୍ୱତନ୍ତ

    ପ୍ରଦେଶ ହେଲା ଗଠନ।

ଏଥିପାଇଁ କେତେ ଦେଶପ୍ରେମୀ କବି

   ଆନ୍ଦୋଳନ କରିଥିଲେ

ତାଙ୍କ ତ୍ୟାଗ, ବଳିଦାନ ଯେ ମହାନ

   ଭୁଲିବାନି କେବେହେଲେ।

ଉତ୍କଳ ମାତାର ଯୋଗ୍ୟତମ ପୁତ୍ର

   ଉତ୍କଳ ଜନନୀ ପାଇଁ

ଯଶ କୀର୍ତ୍ତି ତାଙ୍କ ଅଛି ଉଜ୍ଜୀବିତ

   ଅମଳିନ ଜ୍ୟୋତି ହୋଇ।

ଉତ୍କଳ ଗୌରବ ଶ୍ରୀ ମଧୁସୂଦନ

    ଗଜପତି,କୃଷ୍ଣ ଚନ୍ଦ୍ର 

ଗୋପବନ୍ଧୁ ଦାସ,ନୀଳକଣ୍ଠ ଦାଶ 

     ହରେକୃଷ୍ଣ ମହତାବ।

ଫକୀର ମୋହନ,ରାଧାନାଥ ରାୟ

    ଓ ଗଙ୍ଗାଧର ମେହେର

ଭବନାନନ୍ଦ ମହାନ୍ତି ସହିତରେ

    ବାଷଠି ଜଣ ବୀର ।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ

   ହୋଇଲା ସମସ୍ତେ ଖୁସି 

ଓଡ଼ିଶାର ପ୍ରଧାନମନ୍ତ୍ରୀ ହୋଇଲେ 

    କୃଷ୍ଣଚନ୍ଦ୍ର ଗଜପତି।

ଛଅଟି ଜିଲ୍ଲାକୁ ନେଇ ଗଢ଼ା ହେଲା

   ଆମ ଓଡିଶା ପ୍ରଦେଶ

କଟକ ନଗରୀ ରାଜଧାନୀ ଥିଲା

   ରହିଅଛି ଇତିହାସ।

ଉତ୍କର୍ଷ କଳାର ଦେଶ ମୋ ଉତ୍କଳ

    ଆଜି ତା'ର ଜନ୍ମ ଦିନ

ଏଇ ଦେଶେ ଜନ୍ମ ଲଭିଥିବା ହେତୁ 

   ନିଜକୁ ମଣେ ମୁଁ ଧନ୍ୟ।

ଓଡ଼ିଆ ଗୌରବ, ସଂସ୍କୃତି, ସଭ୍ୟତା

   ଆଉ କେଉଁଠାରେ ନାହିଁ

ଜଗନ୍ନାଥ ଦେଶ ଅଟେ ମୋ ଓଡିଶା

    ସେ ପାଇଁ ଗର୍ବିତ ମୁହିଁ।


Rate this content
Log in

Similar oriya poem from Classics