STORYMIRROR

Bidyadhar Mantry

Abstract Inspirational Children

4  

Bidyadhar Mantry

Abstract Inspirational Children

ଉତ୍କଳ ବନ୍ଧୁ, ହେ ଗୋପବନ୍ଧୁ

ଉତ୍କଳ ବନ୍ଧୁ, ହେ ଗୋପବନ୍ଧୁ

2 mins
240


ଉତ୍କଳର ମଣୀ ଦୀନ-ଦୁଃଖୀ ବନ୍ଧୁ

ଯଥାର୍ଥତା ସେହି ନାମ ଗୋପବନ୍ଧୁ

ଉତ୍କଳର ବରପୁତ୍ର କୃପାଳୁ ଚରିତ୍ର

ଗୋପବନ୍ଧୁ ହିଁ ଦୀନ-ଦୁଃଖିଙ୍କ ମିତ୍ର 

ଅନ୍ୟର ଲୁହରେ ଭିଜେଇ ହୃଦୟ

ବନ୍ୟା ବିପନ୍ନଙ୍କୁ କରିଥଲେ ଥୟ 

ଝରୁଥିଲା ଲୁହ ଦୁଃଖୀ ର ଲୁହରେ

ଭସାଇ ନିଜକୁ ଦୁଃଖ ଦୁର୍ଦ୍ଦିନରେ

ବୁଲି ବୁଲି ବନ୍ୟା ପ୍ଲାବିତ ଅଞ୍ଚଳ

ଖାଦ୍ୟ ଯୋଗାଇ ଦୃଢ଼ କଲେ ବଳ 

ତତ୍କାଳୀନ ବାତ୍ୟା ପରେ ମହାମାରୀ

ଜୀବନ ସୁରକ୍ଷା ହୋଇଲା ଜରୁରୀ

ଦେବଦୂତ ସାଜି ହାତ ବଢାଇଲେ 

ମରଣ ମୁହଁରୁ ପ୍ରାଣ ବଞ୍ଚାଇଲେ 

ଅତି ଅସହାୟ ଙ୍କୁ କରିଲେ ସାହାଯ୍ୟ

ଯୁଗ ଯୁଗ ପାଇଁ ବନ୍ଦନୀୟ କାର୍ଯ୍ୟ

ଖଣ୍ଡ ଖଣ୍ଡ ଥିଲା ଉତ୍କଳ ପ୍ରଦେଶ

ଓଡ଼ିଆ ଭାଷାର କରିଲେ ବିକାଶ

ଓଡ଼ିଆ ଭାଷାଭାଷୀ ଜନ ବସତି

ତାଙ୍କ ପ୍ରେରଣାରେ ଭାଷାରେ ଉନ୍ନତି

ଦେଶ ପ୍ରେମ ମନୋଭାବ ରଖି

କାରାଗାର ଜୀବନ ରହିଛି ସାକ୍ଷୀ

ସ୍ବରାଜ ପାଇଁ ସ୍ଵପ୍ନ ଦେଖୁଥିଲେ

ସ୍ୱାଧୀନତା ପାଇଁ ସମର୍ପିତ ଥିଲେ

ଗଢ଼ି ସତ୍ୟବାଦୀ ବନବିଦ୍ୟାଳୟ

ଶିକ୍ଷାର ବିକାଶ କରିଲେ ନିର୍ଣ୍ଣୟ

ଭାଷା ଆନ୍ଦୋଳନ ସହ ଉପଦେଶ

ଓଡ଼ିଆ ଗାଉଛି ହୋଇଣ ହରଷ 


ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲି ଯାଆନ୍ତୁ ପିଠିରେ

ସ୍ଵରାଜ୍ୟ ର ପଥେ ଅଛି ଯେତେ ଗାଢ଼

ପୁରୁ ପଡ଼ି ତହିଁ ମୋର ମାଂସ ହାଡ

ଓଡ଼ିଆ ଗାଉଛି ବନ୍ଧୁଙ୍କ ବନ୍ଦନା

ସେହି କଥା ସତ୍ୟ ନୁହେଁ ବିଡମ୍ବନା


ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ

ଜନ୍ମ ଲଭିଥିଲେ ଶୁଭ ମୁହୂର୍ତ୍ତରେ

ଅଠରଶ ସତସ୍ତରି ଅକ୍ଟୋବର

ନଅ ତାରିଖରେ ଜନ୍ମିଲେ ସେଠାର

ଦୈତାରି-ସ୍ୱର୍ଣ୍ଣଲତା ଙ୍କ କୋଳରେ

ଶିଶୁ ପୁତ୍ର ରୂପେ ଆସିଲେ ଧରାରେ

ବାଲ୍ୟ କାଳେ ମାତୃ ବିୟୋଗ ଦୁଃଖରେ

ଦୁଃଖର ସଂଜ୍ଞା ବି ଜାଣିଲେ ମନରେ

ବିଧବା ପିୟୁଷି ଆଢ଼ୁଆଳେ ରହି

ଗାଁ ସ୍କୁଲରେ ବିଦ୍ୟା ଶିକ୍ଷା କଲେ ତହିଁ

କ୍ରମେ ଉଚ୍ଚ ଶିକ୍ଷା ଓ ଆଇନ ପାଠ

ଶ୍ରମିକ ସଂଘ ଗଢି ହୋଇଲେ ଘନିଷ୍ଠ

ଓଡ଼ିଆ ଲୋକଙ୍କ ମଙ୍ଗଳ ନିମନ୍ତେ

ବିଚାର ରହି ଥିଲା ତାଙ୍କ ହୃଦ ଗତେ

ପ୍ରାକୃତିକ ବିପର୍ଯ୍ୟୟ ଦୁଃଖ ବେଳେ

ବୁଲି ବୁଲି ଖାଦ୍ୟ ଦ୍ରବ୍ୟ ବାଣ୍ଟିଥିଲେ 

ପର ଦୁଃଖରେ ସାଥୀ ହୋଇ ଥିଲେ

ଏକ ମାତ୍ର ପୁତ୍ରର ମରଣ ଦେଖିଲେ

ଗୋଟିଏ କୁ ଭୁଲି ଅନେକ ଜୀବନ

ବଞ୍ଚିଥିଲା ଯେବେ ସମୟ ଦୁର୍ଦ୍ଦିନ


ମହାତ୍ମା ଗାନ୍ଧୀଙ୍କ ଆହ୍ଵାନରେ ଯୋଗ

ସାଦରେ କଲେ ତହିଁ ଅସହଯୋଗ

ଲାଠିମାଡ ସହିତ କାରାବରଣ

ତଥାପି ହୋଇଲେ ନାହିଁ ମ୍ରିୟମାଣ

କାରାଗାରରେ ଥାଇ କାରା-କବିତା

ଲେଖିଥିଲେ ସେ ବନ୍ଦୀର ଆତ୍ମକଥା

ସତ୍ୟବାଦୀ,ସମାଜ କରିଲେ ପ୍ରତିଷ୍ଠା

ସମାଜ ସେବା ହିଁ ଥିଲା ତାଙ୍କ ନିଷ୍ଠା


ସତର ଜୁନ୍ ଉଣେଇଶ ଅଠେଇଶି

ବନ୍ଧୁ ଶରୀରକୁ କାଳ ଦେଲା ଗ୍ରାସି

ଉତ୍କଳମଣି ରୁପେ ତାଙ୍କ ପରିଚୟ

ଜୟ ଉତ୍କଳ ଜୟ ଗୋପବନ୍ଧୁ ଜୟ

ଆଜିର ଉତ୍କଳ ଦେଖିବାକୁ ଆସ

ଝୁରି ହୁଏ ଓଡ଼ିଆ ତୁମ ଉପଦେଶ

କାନ୍ଦୁଛି ଉତ୍କଳ ତୁମ ନାମ ଝୁରି

ହେ ଉତ୍କଳମଣି,ଆସ ଥରେ ଫେରି

ସମାଜ ସେବାରେ ତୁମେ ଏକ ସିନ୍ଧୁ

ଉତ୍କଳ ବନ୍ଧୁ ତୁମେ,ହେ ଗୋପବନ୍ଧୁ

ଆପଣ ମାନେ ଖୁସି ତ,ଶାସକ ପଚାରେ

କେତେ ଖୁସି ଅଛି , ଫେରି ଦେଖି ଥରେ।           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract