STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଉଷ୍ମ ପ୍ରସ୍ରବଣ

ଉଷ୍ମ ପ୍ରସ୍ରବଣ

1 min
6

କବିତା - ଉଷ୍ମ ପ୍ରସ୍ରବଣ
ରଚନା - ପଞ୍ଚାନନ ଜେନା
 ତାରିଖ - ୨୮-୦୮-୨୦୨୫
 +++++++++++++++
 ଲୋକେ କହନ୍ତି
ଲୁହ ପୋଥି ବି ପଥି ବି
ଲୁହ ଦ୍ରବଣ ବି ଶ୍ରାବଣ ବି

 ଲୁହ କେବେ ଲାଗେ
ସଂକ୍ରାମକ ରୋଗ ପରି କରୁଣ ଦାରୁଣ
ଆଖି ଫାଡି ଝରୁଥାଏ ରକ୍ତର କ୍ଷରଣ
ଦୁଇ କୂଳ ଲଙ୍ଘି ଧାଉଁଥାଏ ଅନବରତ ଝରଣ
ଯେମିତି ଧାଏଁ ତଡିତ ବେଗରେ ଉଷ୍ମ ପ୍ରସ୍ରବଣ

 ଲୁହ ପୁଣି କେବେ ଲାଗେ
 ସଂଜିବନି ଜଡି ବୁଟି ପୁଡିଆ ଔଷଧ
ବୁହାଇପାରେ ଶୋକ ଜନିତ ସବୁ ଅବସାଦ
 ପୁଞ୍ଜିଭୂତ ଗ୍ଳାନି କ୍ଳାନ୍ତି ଧୋଇ ପାରେ ପ୍ରମାଦ
 ପରେ ପରେ କରିପାରେ ଫେଣ୍ଟା ଫେଣ୍ଟି
 ହସ କିରଣ ବିକିରଣ ଆମୋଦ ପ୍ରମୋଦ

 ଲୁହ ପୁଣି ଭିନ୍ନ ରୂପରେ ଲାଗେ
 ସୁଲୁ ସୁଲିଆ ସଲସଲିଆ ଚଗଲା ସମୀର ସମୀରଣ
 ହାଲୁକା କରିପାରେ ମହଣ ମହଣ
 ଭାରି ପଥର ପରି ଓଜନିଆ ଛାତିକୁ ଅକାରଣ

 ଲୁହ ର କୋହ
 ତରଳେଇ ପାରେ ଛାତି ତଳେ ଆବଦ୍ଧ ଶରବିଦ୍ଧ
ଶତାବ୍ଦୀ ତଳର ଜମାଟ ହିମବାହ

 ଲୁହ ଛଳ ଛଳ ଆଖିର ମୋହ
 କିଣେଇ ଦେଇ ପାରେ
 ରଙ୍ଗ ବର୍ଣ୍ଣାଳୀରେ ଛଳ ଛଳ ନଦୀ ପ୍ରବାହ

 ଲୁହରେ ଭିଜା ଭିଜା ମୁଁହ ଓ ଛାତିର ସୁଅ
 ଫୁଟେଇ ଦେଇ ପାରେ
ଶେଷ ଶ୍ରାବଣ ଧାରାରେ ରାଜନୀଗନ୍ଧାର
 ମୋହିନୀ ରୂପ ସମ୍ଭାର ମୋହ

 କିଛି ଲୁହ ସିନା ପଣତ କାନିରେ ନେସି ଯାଏ
 କିଛି ଲୁହ ସିନା ଓଠ ତୁଠ ପିଇଯାଏ
ଆଉ କିଛି ବରକୋଳିଆ ଲୁହ
 ଅନ୍ୟ ଆଖିର ଲୁହ ସହିତ ମିଶିଯାଏ
ଅହରହ ବହୁଥାଏ ଝରୁଥାଏ
ନୟନ କୋଣ ପ୍ଳାବନ କରି ନିରନ୍ତର ଲଙ୍ଘୁଥାଏ
 ଚୁପ୍ ଚାପ୍ ଖସୁଥାଏ
 ପାଚିଲା ଫଳ ପରି ଟପ୍ ଟାପ୍ ଠପ୍ ଠାପ୍


Rate this content
Log in

Similar oriya poem from Tragedy