STORYMIRROR

jyotsna mayee panda

Classics

3  

jyotsna mayee panda

Classics

ଉର୍ମିଳା

ଉର୍ମିଳା

1 min
193

ମହାସତୀ ପୁଣି ମହା ତପସ୍ୱିନୀ

ଜନକ ଦୁହିତା ସେ ରାଜ ନନ୍ଦିନୀ

ଅତି ସୁନ୍ଦର ସେ ସୁଧୀର, ସୁଶୀଳା

ନାଁ ଅଟଇ ଯେ ତାଙ୍କର ଉର୍ମିଳା ll

ଅତି ସୁକୁମାରୀ ଲକ୍ଷ୍ମଣ ଭାରିଜା

ଦଶରଥ କୁଳବଧୂ

ରୂପକାନ୍ତି ତୁମ ଚିର ଅନୁପମ

ସତେ କି କୁମୁଦ ବନ୍ଧୁ  ll

ସୁନ୍ଦର କାନ୍ତି ଯେ ସୁନ୍ଦର ଶରୀର

ଝଟକୁଛି ଦିବ୍ୟ ଆଭା

ତୁମେ ଗୋ ଉର୍ମିଳା, ଚିର ଉଜ୍ଜଳl

ମୁଖେ ଗୌରବର ଆଭା ll

ଚଉଦ ବରଷ ତପସ୍ୟାରେ ମଗ୍ନ

ସ୍ୱାମୀ ସୁଖକୁ ବର୍ଜିଲ

ରାଜ ସୁଖ ଛାଡି ରାଜ ଉଆସରେ

ତପସ୍ୱିନୀ ହୋଇ ଗଲ ll

ଧନ୍ୟ ହେ ଉର୍ମିଳା ଧନ୍ୟ ତୁମ ଭକ୍ତି

ପ୍ରସ୍ଥର ରାମଙ୍କୁ ପୂଜିଲା ତ ନୀତି

ଲୋତକ ନୟନୁଁ ଝରେ

ଦର୍ଶନ ଦେଲେ ସେ ଶ୍ରୀରାମ ତୁମ୍ଭଙ୍କୁ

ନାରାୟଣ ଅବତାରେ ll

ଧନ୍ୟ ହେଲା ତୁମ ନାରୀ ଜନମ ତ

ବୋଲାଇଲ ମହାସତୀ

ତୁମ ସତୀତ୍ୱରେ ମେଘନାଦ ମୃତ୍ୟୁ

ଭେଦ ଟି ଥିଲା ତ ଲୁଚି ll

ଯାହା ପାଇଁ ତୁମେ ମହାସତୀ ହେଲ

ସ୍ୱାମୀ ଲଷ୍ମଣର ପ୍ରାଣ ରକ୍ଷା କଲ

ତୁମ ତ୍ୟାଗକୁ ଯେ ଜଗତ ଜାଣିଲା

ହୋଇଗଲ ପରିଚିତା

ତୁମେ ଜନକ ଦୁହିତା ll



साहित्याला गुण द्या
लॉग इन

Similar oriya poem from Classics