STORYMIRROR

Jyotiranjan Acharya

Romance

3  

Jyotiranjan Acharya

Romance

ଉପତ୍ୟକାର ଉପକଥା

ଉପତ୍ୟକାର ଉପକଥା

1 min
11.5K


ଭାବିଲ ଥରେ 

ୟା ପୂର୍ବରୁ ପାଖରେ ଥାଇବି

ଆମେ କେତେ ଏକା ଏକା ଥିଲେ

ୟେ ସମୟକୁ ଧନ୍ୟବାଦ କରେ

ଦେଖ ଦୂରରେ ଥାଇ ବି

ଆମେ କେତେ ନିକଟତର ହୋଇଛେ!

ଆମ ଭିତରେ ଥିବା 

ଧର୍ମ, ଜାତି, ପ୍ରତିପତିର ମଝି କାନ୍ଥ

କେମିତି ମିଳେଇ ଯିଉଛି!

ମୃତ୍ୟୁ ଓ ଜୀବନ 

ଗୋଟିଏ ଘାଟରେ ପାଣି ପାଉଛନ୍ତି 

ମୃତ୍ୟୁର ଆଶଙ୍କା 

ଜୀବନର ଆଶାଠୁ ହାରୁଛି!

ଏହି ଅବସରରେ ଆମ ପ୍ରେମ 

ସାତ ଜନ୍ମର ସ୍ବପ୍ନକୁ

ଏହି ଗୋଟିଏ ଜନ୍ମରେ ସାକାର କରୁଛି। 

ଭାବିଲ ଥରେ 

ପ୍ରେମ ପାଇଁ ଏ ସମୟ

କେତେ ବେଶି ଅନୁକୂଳ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance