Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmay Behera

Romance Tragedy

3  

Chinmay Behera

Romance Tragedy

ଉଜୁଡ଼ା କ୍ଷେତର ଗୀତ

ଉଜୁଡ଼ା କ୍ଷେତର ଗୀତ

1 min
177


ଖରା ଛଡେଇଛି ମଥାରୁ ମୋହର

             ସାତ ଜନମର ଟୀକା

ଉଜୁଡ଼ା କ୍ଷେତରେ ଲେଖୁଛି କାହାଣୀ

             ରକତର ଧାରେ ଏକା ।

ଛାତିରେ ଛାତିଏ କୋହକୁ ଗଣ୍ଠେଇ

             ଦୁଃଖକୁ କରିଛି ସାଙ୍ଗ

ସୁଖର ଏରୁଣ୍ଡି ବନ୍ଧରୁ କିଏ ସେ

             ଲିଭେଇ ଦେଇଛି ରଙ୍ଗ ।

ସପନର ଫୁଲ ମଉଳି ଗଲାଣି

              ମନର ମଶାଣୀ ତଳେ

ଭରଷାର ସେତୁ ଭାସି ତ ଯାଇଛି

              ନୀରବ ନଈର ଜଳେ ।

ସାହସର କୂଳେ ସାଉଁଟୁଛି ଏଠି

              ଅତୀତର ସୁନା ଖରା

ଫଟା କପାଳର ଆହୁଲାକୁ ନେଇ

             ଭରଷା ପାଉନି ପରା ।

ତଥାପି ବସିଛି ବୟସର ଡାଳେ

              ବରଷାକୁ ସାକ୍ଷୀ ରଖି

ଅଜଣା ଆଶାର ପୁଲକେ ଭିଜୁଛି

              ହୃଦୟର କଥା ଲେଖି ।

               


Rate this content
Log in

Similar oriya poem from Romance