STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଉଜ୍ଜ୍ବଳ ଜ୍ୟୋତିଷ୍କ ମୋହନ ଦାସ

ଉଜ୍ଜ୍ବଳ ଜ୍ୟୋତିଷ୍କ ମୋହନ ଦାସ

1 min
261


ପରାଧୀନ ତା’ର ପଙ୍କରେ ଭାରତ ସରସୀ ଉଦ୍-ବେଳିତ

ତନ୍ମଧ୍ୟେ ବିକଚ ଉତ୍ପଳ ପୂଣ୍ୟାତ୍ମା ଭାରତର ପ୍ରିୟ ପୁତ୍ର

ଅନିଳେ ସହଳେ ରାଜ୍ୟରୁ ରାଜ୍ୟରେ ହୋଇଗଲା ପ୍ରବାହିତ

ପଦ୍ମ ରାଗ ରଙ୍ଗେ ବିଦ୍ରୋହ ଅନଳେ ଜଳିଲା ସାରା ଭାରତ ।।


ସତ୍ୟ,ଶାନ୍ତି,କ୍ଷମା ଅହିଂସା ମନ୍ତ୍ରର ଐନ୍ଦ୍ର୍ୟଜାଲ ଜାଦୁକାରୀ

ବିଶିଭୂତ କଲ ଉତ୍-ଫଣି ତମ୍ପ ନୃତ୍ୟ କଲା ଫଣା ତୋଳି

ସୂର୍ଯ୍ୟାସ୍ତ ନହୁଏ ଯାହାର ଶାସନେ ତାକୁ କଲ ପରାହତ

ତୁମେ ଜାଦୁକର ଅକାଟ୍ୟ ତୁମର ଅମୋଘ ଅହିଂସା ମନ୍ତ୍ର ।।


ବିଦେଶ ପାଠୁଆ ସାହେବି ସୌଖିନ ଦେଇ ପରିତ୍ୟାଗ କରି 

ସ୍ଵଦେଶୀ ଚିନ୍ତାରେ ଖଦଡ଼ ଧାରଣ ଉପବାସ ବ୍ରତ କରି

ଫୁଙ୍ଗୁଳା ଫକିର ତବ ସାଧନର ଅସାଧାରଣ ତା ଦେଖି

ଛାଡି ପଳାଇଲେ ଉଡିଲା ତ୍ରୀରଙ୍ଗା ସେଦିନର ସେହି ରାତି ।।


ଆଜି ଜଳ ଜଳ ହୋଇଣ ଉଜ୍ଜ୍ୱଳ ଆକାଶେ ମୋହନ ଦାସ

ଉଦ୍ଭାସିତ ଚିରକାଳ ହେଉଥିବ ଆକାଶେ ଭାରତ ବର୍ଷ ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational