STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଉଜାଗର ରହି ଜାଳେ ଜାଗର

ଉଜାଗର ରହି ଜାଳେ ଜାଗର

1 min
320


ଲଡୁକେଶ୍ୱର ହେ ଲଡୁକେଶ୍ୱର 

ଉଜାଗର ରହି ଜାଳେ ଜାଗର ।

କରୁଣା କଣାଏ ବିତରିବ ପ୍ରଭୁ

ଏତିକି ଶ୍ରୀପଦେ ବିନତି ମୋର ।୦।

କଣ୍ଠରେ ବିରାଜେ ତୁମ ଗରଳ

ଗଳାରେ ଲମ୍ବିଛି ଉରଗମାଳ ।

ମଥାରେ ଶୋହୁଛି ସ୍ବର୍ଗ ମନ୍ଦାକିନୀ

ବସନ ତୁମର ଚର୍ମ ଶାର୍ଦ୍ଦୂଳ ।୧।

ବାମାଙ୍ଗେ ତୁମର ମାତା ପାର୍ବତୀ

ଅର୍ଦ୍ଧାଙ୍ଗରେ କରିଛନ୍ତି ବସତି ।

ପିନାକ ତ୍ରିଶୂଳ ଡମ୍ବରୁ ଧର

ଅଜ ଅଜଗବ ଚନ୍ଦ୍ରଶେଖର ।୨।

ଆଶୁତୋଷ ଭବ ହର ଶଙ୍କର

ରାମନାମେ ରତି ସଦା ତୁମର ।

ମଦନମଥନ ଦେବ ଈଶାନ

ଯୋଗ ଧ୍ୟାନେ ରତ ସଦା ମଉନ। ୩।

କରୁଣାକର ହେ କରୁଣାକର

ଫିଟିଯାଉ ଭବ ବନ୍ଧ ମୋହର ।

ତବ ଶ୍ରୀ ପୟରେ କରି ଭରସା

ହେବିକି ପ୍ରଭୁ ମୁହିଁ ଲୋକହସା ।୪।

କର ଚରଣ କାୟା କରମରେ

ଶ୍ରବଣ ନୟନ ବା ମାନସରେ ।

ସକଳ ଅପରାଧକୁ ମୋହର

କ୍ଷମା କରିବ ଦେବ ମହେଶ୍ବର ।୫।

ତବ ପ୍ରୀତି ଅର୍ଥେ ଜାଳେ ଜାଗର

ଶିବରାତ୍ରିର ରହି ଉଜାଗର ।

କୋଟି କଳପନା ମନୁ ମୋ ଯାଉ

ତୁମ ନାମ ଗୋଟି ତୁଣ୍ଡେ ମୋ ଥାଉ। ୬।

ସଂସାରର ସାର ନାମ ତୁମର

ସେ ନାମ ହେଉ ମୋ ଗଳାର ହାର ।

ସଂସାର ରୋଗରୁ ଉଦ୍ଧରି ଧର

ନାମ ଜପି ହେବି ସଂସାରୁ ପାର। ୭।


Rate this content
Log in

Similar oriya poem from Abstract