STORYMIRROR

Chittaranjan Nanda

Abstract Inspirational Children

4  

Chittaranjan Nanda

Abstract Inspirational Children

ଉଜ୍ୱଳ ତାରକା ମୋ ଉତ୍କଳମଣି

ଉଜ୍ୱଳ ତାରକା ମୋ ଉତ୍କଳମଣି

2 mins
231


ହେ ବୀର ପୁରୁଷ ଉତ୍କଳର ମଣି 

ମହାତ୍ମା ଗୋପବନ୍ଧୁ

ଓଡିଶା ମାଟିରେ ଲେଖିଛ ଇତିହାସ 

ହୋଇ ଦରଦୀର ବନ୍ଧୁ |୧|


ଉଜ୍ୱଳ ତାରକା ମୋ ଉତ୍କଳମଣି 

ପୁରୀ ଜିଲ୍ଲା ସୁଆଣ୍ଡୋରେ

ଜନମି ତ ଥିଲେ ସ୍ଵର୍ଣ୍ଣମୟୀ କୋଳେ 

ଦଇତାରୀଙ୍କ ଔରସରେ |୨|


ଈଶ୍ୱରଙ୍କୁ ମୁହିଁ ଦେଖି ନାହିଁ, ଜାଣେନା 

ବି ତାଙ୍କର ଜୀବନ୍ତ ସତ୍ତା

ଅନୁଭବ କରଇ ତୁମ କର୍ମରୁ ମାନବ 

ସେବାରେ ଦିବ୍ୟମୟ ସତ୍ତା |୩|


ଗୋପବନ୍ଧୁ ନିଶ୍ଚିତ ଆମ ଉତ୍କଳ ମାଟିର 

ଗର୍ବ ଓ ଗୌରବ

ଥିଲେ ସେ ମାନବ ସେବାର ସତ୍ୟନିଷ୍ଠ

କର୍ତ୍ତବ୍ୟନିଷ୍ଠ ମାନବ l୪l


ହେ ଗୋପବନ୍ଧୁ, ଦରଦୀର ବନ୍ଧୁ, ଥିଲ 

ତ ଆଇନର ଏକ ଛାତ୍ର

ଇଂରେଜ ଶାସନର କଳଙ୍କିତ ଅଧ୍ୟାୟ 

ଶୁଣି ଛାଡିଲ ଓକିଲାତି ପଥ |୫|


ସତ୍ୟର ପୂଜାରୀ ଦେଶର ପୂର୍ଣ୍ଣ ମୁକ୍ତିର

ସ୍ବାଧୀନତା ପାଇଁ ସେଦିନ ଦାବିରେ 

ବ୍ରିଟିଶ ବିରୋଧୀ ସ୍ଲୋଗାନ ଶୁଭିଲା, ଯୋଗ 

ଦେଲ ସ୍ବାଧୀନତା ସଂଗ୍ରାମରେ |୬|


ବିଦେଶୀ ଫିରଙ୍ଗୀ ଶାସନ ବିରୁଦ୍ଧେ ବହ୍ନି 

ଜଳିଥିଲା ହୃଦୟରେ

ମୋ ଦେଶର ସ୍ୱାଧୀନତା ପାଇଁ ବନ୍ଦୀ ହୋଇ

ରହିଲ କାରାଗାରେ l୭l


ଯାହା ଭାବୁ ଥିଲ ତାହା କହୁ ଥିଲ, ହେ 

ଜନତାଙ୍କ ନେତା ଜନ ନାୟକ

ହେ ଗୋପବନ୍ଧୁ, ସେବା ଓ ତ୍ୟାଗ ର 

ପ୍ରତୀକ ଓ ଅହିଂସାର ପୂଜକ |୮|


ସମାଜକୁ ଆହ୍ୱାନ ସେ ଯେ ଦେଲ 

ମାତୃଭୂମିର ସେବା ପାଇଁ

ଧର୍ମପଦ ତୁମରି ଏକ ଅନବଦ୍ୟ ସୃଷ୍ଟି 

ସମାଜ ମଂଗଳ ପାଇଁ l୯l


ତାଙ୍କରି ଲେଖନୀରେ ଜୀବନ ସତ୍ୟର 

ସରବ ଆଶା ଓ ପରିଭାଷା

ମଣିଷର ବର୍ଷ ମାସ ଦିନ ନୁହେଁ ଜୀବନ

ର ଦଣ୍ଡ କର୍ତ୍ତବ୍ୟ ଥିଲା ନିଶା l୧୦l


ସଭିଙ୍କୁ ଚେତାଇ ଥିଲ,"ବିଶେଷେ ଉତ୍କଳେ 

ନାହିଁ ପ୍ରୟୋଜନ",

ଯେହେତୁ ପରା ଏଇ, "ଉତ୍କଳର ନେତା 

ନିଜେ ନାରାୟଣ" ।୧୧।


ଦେଶ ସେବା ଜନ୍ମଗତ ଧର୍ମ, ଦେଶ 

ବାସୀଙ୍କୁ କରିଲ ଆହ୍ଵାନ 

ଶିକ୍ଷା ଜାଗରଣେ, ଦେଶର ଉନ୍ନତିରେ, 

କରିବା ଜୀବନ ଦାନ l୧୨l


ସାହିତ୍ୟିକ, ସାମ୍ବାଦିକ ଓ ସମାଜସେବୀ 

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶୟ ଗଢିଲ

କଂଗ୍ରେସର ଅଧ୍ୟକ୍ଷତା କରି ଜାତିର ପିତା 

ଗାନ୍ଧୀଙ୍କୁ ଓଡିଶାକୁ ଅାଣିଲ |୧୩|


ବାତ୍ୟା ଅବା ଭୂମିକମ୍ପ ସମୟେ ପୀଡିତଙ୍କ

ନିକଟକୁ ଯାଉଥିଲ ଧାଇଁ

ହୃଦୟଭରା ବ୍ୟଥାରେ ପରିବାର ଛାଡି ସେବା 

ଦେଉଥିଲ ଯୋଗାଇ |୧୪|


ସଂଗ୍ରାମରେ ହସି ହସି ତୁମେ ଜୀବନ,

ବ୍ରିଟିଶ ବନ୍ଦୀ ଭାବେ କଟାଇଲ

କାରାଗାରେ ରହି କବିତା ଲେଖିଣ 

ଆନ୍ଦୋଳନକୁ ତେଜସ୍ୱନୀ କଲ |୧୫|


ଦୁଃଖୀ ଦରିଦ୍ରଙ୍କ ସେବା କରୁଥିଲ 

ନଥିଲା ଦୁଃଖ ମନ ଭିତରେ 

ନେଇଥିଲ ମୁଖ୍ୟ ଭୂମିକା ସ୍ଵତନ୍ତ୍ର 

ଓଡିଶା ପ୍ରଦେଶ ଗଠନରେ  |୧୬|


ପୂଜ୍ଯ ନମସ୍ୟ ସେଇ ସେବା ଆଦର୍ଶର 

ଓଡିଶାର ଶ୍ରେଷ୍ଠ ବରପୁତ୍ର 

ଉଣିଶହ ଅଠେଇଶ ସତର ଜୁନ୍ ମାସରେ 

ହେଲେ ସ୍ଵର୍ଗ ପ୍ରାପତ |୧୭|


ଭୁଲିଛେ ଆମେ ତାଙ୍କ ନୀତିପଥ, ବିପଥ

ଅନୁଗାମୀ ସରବେ ହୋଇଛେ

ସମାଜରେ ବର୍ବରତା ଦୁର୍ନୀତି ଦୁରେଇବା 

ମୁକ୍ତିର ପଥକୁ ଭୁଲିଛେ |୧୮|


ଆଜ ତୁମ ପୂଣ୍ୟ ଜନ୍ମଦିନେ ତୁମରି ବନ୍ଦନା 

କରୁଛି ମୋ ଓଡିଶା ମାଟି

ଯେଉଁଠାରେ ଥାଅ, ଜନମ ମାଟିକୁ ଦିଅ  

ଶାନ୍ତି ମୈତ୍ରୀ ଭେଟି l୧୯l


Rate this content
Log in

Similar oriya poem from Abstract