ଉଈହୁକା ପାଲଟି ଯାଉଥିବା ମଣିଷ ମାନେ
ଉଈହୁକା ପାଲଟି ଯାଉଥିବା ମଣିଷ ମାନେ
ଉଈହୁକା ପାଲଟି ଯାଉଥିବା ମଣିଷ ମାନେ
ଲାଲ ଗଷିରର ଇତି କଥାରେ
ରଚିତ ହେଉଛି ବାକି ଇତିହାସ
କରୋନାର କ୍ରମହ୍ରାସିତ ସଂକ୍ରମଣରେ
କଟକଣା କୋହଳରେ ପୁନଶ୍ଚ ପୃଥ୍ବୀ
ବେପରୁଆ ମନୋଭାବର ପ୍ରବଲ୍ୟରେ
ପୁଣି ଫେରୁଛି କରୋନା
ସର୍ବଦା ସୁକ୍ଷା ହିଁ ସ୍ୱାଧିନତାର ମୂଲ୍ୟ
ନୀରବତାର ନଗପାରେ ନଷ୍ଟ ନରନାରୀ
ଉନ୍ନୟନର ମାନବୀୟ ପ୍ରହସନରେ ଠପ୍ ପ୍ରଗତି
ପରିବର୍ତନର ସ୍ଵର ବି ଅଶ୍ରୁତ-ଅନାଲୋଚିତ
ପ୍ରଶାସନର ପ୍ରଦୂଷିତ ପଶାପାଲିରେ
ଉତ୍ତରଦାୟିତ୍ୱ ହୀନ କର୍ମ ସଂସ୍କୃତିରେ
ସ୍ଵଚ୍ଛତା ଯହିଁ ପ୍ରଶ୍ନବାଚୀ
ଅବଧୂ ସେଠି ଅପାଂକ୍ତେୟ
ପାରଦର୍ଶିତାର ଅବର୍ତମାନରେ ସ୍ଥାଣୁ ସରକାର
ନାଲିଫିତାରେ ବଂଧା ଶତ ସହସ୍ର ଫାଇଲ
ଲୋକଂକ ଜୀବନକୁ ବାଜି ଲଗାଇ
ଯୁଧୁଷ୍ଠିର ଏବେ କିଂକର୍ତବ୍ୟବିମୂଢ
ପୁଣି ହେବ କୁରୁସଭାରେ ଯାଜ୍ଞସେନୀକ ବସ୍ତ୍ରହରଣ
କ୍ଷମତା ନିଶାରେ ଚଳତା କାର୍ରେ ଗଣଧର୍ଷଣ
ପ୍ରତିଦିନ ମିଡିଆର ବ୍ରେକିଂ ନିଉଜ୍
ହୀନମନ୍ୟତାର ଶିକାର ଦିଗଭ୍ରଷ୍ଟ ଯୁବଗୋଷ୍ଠୀ
ସାତରୁ ସତୁରି-ଅଲାଜୁକ ସାବଧାନ
ନୀଳତୃଷ୍ଣାର ଜହରରେ ପରିପୂର୍ଣ ଗଂଗା ଯମୁନା
ଉଈହଂକା ପାଲି ଯାଇଥିବା ରାମ ଓ ବାଂଧୀ
ସୁରେନ୍ଦ୍ର ଓ ଜଗବଂଧୁ
ବାଲ୍ମୀକି ଓ ବିଶ୍ଵାମିତ୍ର
କ୍ରମଶଃ ରୂପାଂତରରେ ପଳାୟନର ଆତ୍ମନେପଦୀ ।।
