ଈଶ୍ୱର
ଈଶ୍ୱର
ନୀଳ ମାଧବ କଳା ମାଧବ
ମାଧବ ମାଧବ ହରି
ମଧୁ ବରଷଇ ମଧୁ ମାଧବଙ୍କୁ
ମଧୁରେ ହୋଇଲେ ଝୁରି
ମହୋଦଧୀ ତଟ ମହା କଳ୍ପବଟ
ମହିମାମୟଙ୍କ ଲିଳା
ମୋହନ ମନ୍ତରେ କିଣନ୍ତି ଅନ୍ତର
ଭକତର ଗଳାମାଳା
ମଧୁ ମଧୁମୟ ମଧୁମୟ ଧରା
ମଧୁର ପରଶ ଭରି
ମାଧବ ମାଧବ ହରି
ଗୋବିନ୍ଦ ଦୋଳରେ ବାମନ ରଥରେ
ଚନ୍ଦନେ ମଧୁସୂଦନ
ଭବ ବନ୍ଧନରୁ ମିଳଇ ମୁକତି
କଲେ ତାଙ୍କୁ ଦରଶନ
ରାଧାମାଧବ ହେ ମୋ ଦୁର୍ଗାମାଧବ
ଦିଅ ସୁଖ ଶାନ୍ତି ଭରି
ମାଧବ ମାଧବ ହରି ।