STORYMIRROR

Sujata Pati

Classics

3  

Sujata Pati

Classics

ମାୟାର ସଂସାର

ମାୟାର ସଂସାର

1 min
424

ମୋର ମୋର ବୋଲି ସଭିଏଁ କହନ୍ତି

  ଏ ମିଛ ମାୟାର ସଂସାରେ

କିଛି ନୁହେଁ ମୋର ଏ ଦୁନିଆରେ

  ତୁ ହିଁ ସତ୍ଯ ମୋ କଳା ଠାକୁରେ।


ମାୟାଧର ନାମ ବହିଛୁ କାଳିଆ

  ପ୍ରତି ମୁହୂର୍ତ୍ତରେ ମାୟା ଲଗାଉ

ମାୟାରେ ସମସ୍ତେ ନ ପଡନ୍ତେ ଯଦି

 ସଂସାର କେମିତି ଚାଲନ୍ତା ଆଉ..


ତୋ ବିନା ଆଜ୍ଞାରେ ପତର ହଲେନି

  ମାୟାରେ ପଡନ୍ତି ସମସ୍ତ ପ୍ରାଣୀ

ସମସ୍ତଙ୍କ ଆଶା ପୂରଣ ହୁଏନି

  ଯଦି ତୁ ନ ଶୁଣୁ ଦୁଃଖ କାହାଣୀ।


ଯେତେ ଦୁଃଖ ଥିଲେ ମନରେ ମୋର

  ତତେ ଦେଖି ଦେଲେ ମୁଁ ଭୂଲିଯାଏ

ତୋ ଚକା ଆଖିରେ କି ଯାଦୁ ଅଛି

  ନିମିଷକେ ଦୁଃଖ ପାଶୋରି ଦିଏ।


ତୁ ମୋ ଅତୀତ ମୋ ଭବିଷ୍ୟତ

  ଆଜି ମୁଁ ବଞ୍ଛିଛି ତୋହରି ପାଇଁ

ନିରାଶ ହତାଶ କରିବୁନି ମୋତେ

 ଦୟା ରଖିଥିବୁ କଳା କହ୍ନେଇ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics