STORYMIRROR

Jagannath Barik

Classics

3  

Jagannath Barik

Classics

ସର୍ବଶକ୍ତିମାନ ଈଶ୍ୱର

ସର୍ବଶକ୍ତିମାନ ଈଶ୍ୱର

1 min
378


ସର୍ବଶକ୍ତିମାନ ପରମେଶ୍ୱର

ପରମାତ୍ମା ରୂପେ ଜୀବ ଶରୀର

ଜଳ,ସ୍ଥଳ, ବ୍ୟୋମ ରହିଛ ପୂରି

ଆର୍ତ୍ତ ଆର୍ତ୍ତୀ ଦୁଃଖକୁ ଦୂର କରି

ରାମ ମୁରାରି 

ବିଶ୍ୱ ଦୁଃଖ ଦୂର କର ହେ ହରି ।


ଭିନ୍ନଭିନ୍ନ ରୂପ ପ୍ରଭୁ ତୁମର

କର୍ଣ୍ଣରେ ଯେ ଶୁଣେ ମହିମା ତୋର

କଳି ଯୁଗେ ହୁଏ ମହାମାନବ

ପୁଣ୍ୟ କରୁଥାଏ ତେଜି ଗରବ

ତ୍ୟାଗୀ ସରବ

ତୁମେ ପରା ଅଟ ନୀଳମାଧଵ।


ନିରାକାର ସହ ସାକାର ତୁମେ

ଧର୍ମ ଗ୍ରନ୍ଥ ଯାକୁ ବଖାଣେ ମର୍ମେ

ଭାବରେ ନିକଟ ଅଭାବେ ଦୂର

ଭାବଗ୍ରାହୀ ନାମେ ଖ୍ୟାତ ବିଶ୍ୱର

ଆହେ ଈଶ୍ୱର

ଜଗନ୍ନାଥ ତୁମେ ପରମେଶ୍ୱର ।


ଜନ୍ମ ନାହିଁ ତୁମେ ଅଟ ଅଜନ୍ମା

ଚଉଦ ବ୍ରହ୍ମାଣ୍ଡ ତୁମ ରଚନା

ଇନ୍ଦ୍ର, ଚନ୍ଦ୍ର ତୁମ ସେବାରେ ନୀତି

ନିଜ ଜୀବନକୁ ଧନ୍ୟ ମଣନ୍ତି

କପି କେଶରୀ

ହୃଦରେ ରଖିଲା ଭକତି କରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics