Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Classics Inspirational Others

3  

Prabhati Mahapatra

Classics Inspirational Others

ଜୟ ମା ଦୁର୍ଗା

ଜୟ ମା ଦୁର୍ଗା

1 min
356


ମା' ତୁମେ ଆସିଛ ବୋଲି

ଦୁଃଖ କଷ୍ଟ ସବୁ ଗଲି ମୁଁ ଭୂଲି

ମା' ତୁମେ ଆସିଛ ବୋଲି ।

ବିଶ୍ଵାସ ମୋ ହୋଇଛି ଦୃଢ଼

ଦେଖି ଏହି ଭକ୍ତ ଭିଡ

ଡର ଭୟ ନାହିଁ କରୋନା ମୃତ୍ୟୁକୁ

କଣ୍ଟକିତ ପଥେ ଯିବି ମୁଁ ଚାଲି

ମା' ତୁମେ ଆସିଛ ବୋଲି ।

ଧୀର ଶୀତ ଶରତ ବେଳା

ଧରା ପୃଷ୍ଠେ କରୁଛି ଖେଳା

କାଶତଣ୍ଡି ଫୁଲ ମନ ପୁଲ୍ଲକିତ

ହସୁଛି ଦେଖ ମା' କି ଖିଲି ଖିଲି 

ମା' ତୁମେ ଆସିଛ ବୋଲି ।

ଚଉଦିଗ ଜ୍ୟୋତ୍ସ୍ନା ଚାନ୍ଦିନୀ

ଚମକିଲା ବାଜି ରୋଶଣି

ମହୁରି ଦୁନ୍ଦୁଭି ନାଚିଲେ ମା' ଲୋ

ଛନ୍ଦ ଅଳଙ୍କାର ତାଳରେ ଝୁଲି

ମା' ତୁମେ ଆସିଛ ବୋଲି ।

ଧୂପ ଦୀପ ମହକି ଉଠେ

ଆସ ବୋଲି ସିଂହର ପୃଷ୍ଠେ

ଆବାହନ ମନ୍ତ୍ର ଧ୍ୱନି ଗୁଞ୍ଜରିଲା

ସଙ୍ଗେ ପୂଜା ଦ୍ରବ୍ୟ ଥାଳି କି ଥାଳି 

ମା' ତୁମେ ଆସିଛ ବୋଲି ।

ଉମା ଶ୍ୟାମା ସତୀ ଗଉରୀ

ଜଗତରେ ପଡ଼ିଲା ହୁରି

ସକଳ ପରାଣ ବିଜୟ କରି ଗୋ

ମର୍ତ୍ତ୍ୟରୁ ଉଠୁ ମା' ତୁମର ଡୋଲି 

ମା' ତୁମେ ଆସିଛ ବୋଲି ।



Rate this content
Log in

Similar oriya poem from Classics