STORYMIRROR

Arjuni charan Behera

Classics Others

3  

Arjuni charan Behera

Classics Others

ଦଶ ମହାବିଦ୍ୟା ବନ୍ଦନା

ଦଶ ମହାବିଦ୍ୟା ବନ୍ଦନା

1 min
378


ଅବିଦ୍ୟା ନାଶିନୀ ମାଗୋ ଦଶ ମହାବିଦ୍ୟା l

ଦଶ ରୂପେ ଶିବଙ୍କର ନାଶିଲୁ ଅବିଦ୍ୟା ll

ଶାରଦୀୟ ଏ ପାର୍ବଣେ ବନ୍ଦେ ଦଶ ରୂପ l

ଆଜ୍ଞାନ ପତିତ ହୋଇ ଅଛି ଅନ୍ଧ କୂପ ll

ପ୍ରଥମେ ବନ୍ଦିଲି ମହୋତ୍କଟା ମହାକାଳୀ l

କାଳିମା ଛଡା଼ଅ ମାଗୋ କରେ ନିଉଛାଳି ll

ଦ୍ୱିତୀୟେ ବନ୍ଦନା କରେ ମାତା ଉଗ୍ରତାରା l

ସର୍ବ ସିଦ୍ଧି ଦାତ୍ରୀ ମାଗୋ ପାପତାପ ହରା ll

ତୃତୀୟେ ଷୋଡ଼ଶୀ ମାତ ତ୍ରିପୁରା ସୁନ୍ଦରୀ l

କାଳିଦାସ ସାଧ୍ୟ କଲା ଶ୍ରୀ ବିଦ୍ୟା ହୁନ୍ଦରୀ ll

ଚତୁର୍ଥେ ବନ୍ଦିଲି ମାତ ଶ୍ରୀ ଭୁବନେଶ୍ୱରୀ l

ଚଉଦ ବ୍ରହ୍ମାଣ୍ଡ ମାତ ରହିଛୁ ଆବୋରି ll

ପଞ୍ଚମେ ବନ୍ଦିଲି ମାତ ଉତ୍କଟା ଭୈରଵୀ l

ଭୈରବ ରଡ଼ିରେ ତୋର ପାପଯାଏ ଦବି ll

ଷଷ୍ଠରେ ବନ୍ଦନାକରେ ଦେବୀ ଛିନ୍ନମସ୍ତା l

ରୁଧିର ପାନ କରୁ ତୁ କାଟି ନିଜ ମଥା ll

ସପ୍ତମରେ ବନ୍ଦନା ମୋ ମାତା ଧୂମାବତୀ l

ବିବର୍ଣ୍ଣ ମୁକୁଳାକେଶୀ ମନେ ଆସେ ଭୀତି ll

ଅଷ୍ଟମେ ବନ୍ଦଇ ମୁହିଁ ଶ୍ରୀ ବଗଳାମୁଖି l

ଜିହ୍ୱା ଧରି ଅସୁରର ମାରୁ ବଜ୍ର ମୁଷ୍ଟି ll

ନବମେ ବନ୍ଦନା କରେ ଦେବୀ ବୀଣାପାଣି l

ନୀଳୋତ୍ପଳବର୍ଣ୍ଣା ମାତ ମାଆ ମାତଙ୍ଗୀଣି ll

ଦଶମେ କମଳା ମାତ କମଳ ଆସନୀ l

ଜଳାଭିଷେକ କରନ୍ତି ଚାରି ଗଜ ଘେନି ll

ନମସ୍ତେ ହିମାଦ୍ରୀଜେମା ନମଃ ହୈମବତୀ l

ସଦା ଧ୍ୟାୟୁଛନ୍ତି ସିଦ୍ଧ,ମୁନୀ,ଯୋଗୀ,ଯତି ll

          


Rate this content
Log in

Similar oriya poem from Classics