STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମା ସିଦ୍ଧି ଦାତ୍ରି

ମା ସିଦ୍ଧି ଦାତ୍ରି

1 min
365

ମା ତୋତେ ମୁ ଡାକୁଛି

ଚରଣ ତଳେ ଶରଣ ପଶିଛି

ତୁହି ଚତୁର୍ଭୁଜା ହୋଇ ଅଛୁ

ପଦ୍ମା ସନ ରେ ବସି ଅଛୁ

ଶଙ୍ଖ,ଚକ୍ର,ଗଦା,ପଦ୍ମ ଆୟୁଧ ତୋହର

ଅଳ୍ପ ରେ ସନ୍ତୁଷ୍ଟ ହୋଇ ଯାଚି ଦେଉ ବର

ନବ ରୂପ କୁ ତୋହର ପୁଜିଲି

ତୋହର ପାଇଁ ଆରତି କଲି

ମୋ ଦୁଃଖ ମାଆ ତୁହି ବୁଝିବୁ

ସବୁ ରୋଗ ରୁ ଆରୋଗ୍ୟ କରିବୁ

ସବୁ ଭୟ କୁ ଛଡାଇ ନେବୁ

ଅଭୟ ବର ତୁହି ତ ଦେବୁ

ମୋ ମନ କୁ ନିର୍ମଳ କରିବୁ

ସାହସ ଶକ୍ତି ମୋତେ ଦେବୁ

ସାହା ଭରସା ସଦା ହୋଇବୁ

ସବୁ ବିପତ୍ତି ରୁ ପାରି କରିବୁ

ତୋହରି ଚରଣେ କୋଟି ପ୍ରଣତି

ହୃଦୟେ ଭରିବୁ ମୋର ଭକତି ।


Rate this content
Log in

Similar oriya poem from Classics