ଉଦଯୋଗ ବଳେ ସର୍ବ ସିଦ୍ଧି
ଉଦଯୋଗ ବଳେ ସର୍ବ ସିଦ୍ଧି
ବୁଦ୍ଧି ଖଟାଇ ନିଜର କର୍ମ ଅନୁସାରେ
କାର୍ଯ୍ୟ କରୁଥିବ
ବୁଝି ବିଚାରି କର୍ମ କଲେ ତୁମେ ପ୍ରମାଦ
କେବେ ନଭୋଗିବ ।
ଶର୍ବରୀ ପାହିଲା, ପ୍ରଭାତ ଆସି
ପ୍ରବେଶିଲା
ଦେବାଳୟରୁ ଘଣ୍ଟ ନାଦ ବେଦ
ନାଦ ଶୁଭିଲା ।
କୃଷକ ତାହାର କ୍ଷେତ କର୍ମ ପାଇଁ
ଆଗେଇଲା
ତାହାର ବେଉସା ଶ୍ରମ, ସେହି
କର୍ମେ ଲାଗିଗଲା ।
ଅଳସ ପଣ ତ୍ୟାଗ କରି ନିଜର
କର୍ମ ଚାଲେ କରି
ସାର୍ଥକ କରେ ତାର ଓ ଆମରି
ଜୀବନ ସୁକର୍ମ କରି ।
କଠିନ ଶ୍ରମରେ ସେ ଯୋଗାଉଛି
ଆମକୁ ଭାତ
ତାହାର କର୍ମ ଭୂମି, ଧର୍ମଭୂମି
ଅଟେ ତ କ୍ଷେତ ।
କିନ୍ତୁ ଶିଳ୍ପର ନିଶାରେ ଦିଅ
ତା ପେଶାରେ ନାତ
ବୁଝି ପାରୁନା ହେ ପୁଂଜିପତି,
ତା ରାଗ ହୁଏ ପୁଞ୍ଜିଭୂତ ।
ପେଟ ପାଇଁ ନାଟ, ଶିଳ୍ପ କରି ବିକଳ୍ପ
ଅଭାବେ ଦୂରାଅ ଗ୍ରାମରୁ କୃଷକକୁ
ଘର ପରିବାର ଗାଁ ଛାଡିଲେ କୃଷକ
ମିଳିବକି କୁହ ଭାତ ଆମକୁ ।
ରାମ ରାଇଜର ପ୍ରତିଷ୍ଠା ପାଇଁ
କଳ୍ପନା କରୁଛ
ଉଦଯୋଗ ବଳେ ସର୍ବ ସିଦ୍ଧି
କଥାକୁ ଭୁଲୁଛ ।
ଭାବୁଛ ହେ ପୁଂଜିପତି, ଶ୍ରମିକେ
ଠକି ଦେଖାଅ ସ୍ୱରୂପ
ନାହିଁ ଭ୍ରାତୃ ସ୍ନେହ ମମତା, ତେଣୁ
ଶ୍ରମିକର ଦାରିଦ୍ର୍ୟର ରଙ୍ଗରୂପ ।
ଯେବେ କୃଷକ ଶ୍ରମିକର ନାହିଁ ସୁଖ
ଶାନ୍ତି ପ୍ରୀତି
ଏ ନୁହେଁ କି ପୁରାଣ ବର୍ଣିତ ରାବଣ
ରାଜ୍ୟ ରାଜୁତି ।
ଶାସକ ଶାସନ କରୁଛି ଥାଇ ପୁଂଜିପତି
ମାନସିକ ଭାବ
ନହେଲେ ପରିବର୍ତ୍ତନ, ରାମ ରାଇଜର
କଳ୍ପନା ଅଧୁରା ରହିବ ।
କଥାରେ କାମରେ ମେଳ ରହିଲେ ଯାଇଁ
ସରବେ ଆଣିବା ସୁନାମ
ଚଳିଲେ ସତ୍ୟ ନିଷ୍ଠାରେ ପ୍ରତି ପରିବାର
ଗଢିବା ସମାଜ ସତ୍ଯ ଯୁଗ ସମ ।
