STORYMIRROR

Amita Dash

Abstract Tragedy Others

4  

Amita Dash

Abstract Tragedy Others

ଉଡ଼ିବାକୁ ମନ

ଉଡ଼ିବାକୁ ମନ

1 min
499

ଡେଣା ମେଲାଇ ଉଡ଼ିବାକୁ ମନ

ମୁଁ ପ୍ରଜାପତି, କିଶୋରୀ କନ୍ୟା

ମାଁ ପଣତ କାନିରେ ଛୁପିବାକୁ ମନ ମାନେନା ।


କଣ୍ଟା ବାଡ଼ ଡେଇଁ ଫୁଲ ଆଣେ

ନଈ ପହଁରି କଇଁ ଫୁଲ ତୋଳେ

ଗଛ ଚଢି ଆମ୍ବ ଆଣି ପାରେ ।


ଉତ୍ତାଳ ତରଙ୍ଗ,ଉଚ୍ଚ ଉଚ୍ଚ ଢେଉ

ଅମାନିଆ ନିଶା,ଆଶା ଆକାଶ ଛୁଆଁ

ପହିଲି ଫଗୁଣ ର ମାଦକ ପବନ

ଶରୀର ରେ ଭରା ଯଉବନ।


ମାଁ ର ଆକଟ

ପୁଅ ପିଲାଙ୍କ ଠାରୁ ଦୂରେଇ ରହ

କିଛି ତ ଥିଲା କଥାର ତାତ୍ପର୍ଯ୍ୟ।


ବାଡ଼ ବାନ୍ଧିବାକୁ ଆସିଥିଲା ଗୋଟେ ଲୋକ

ଥିଲା ବୁଢା ବୟସର

ମୋତେ ଏକାକୀ ପାଇ

ସାରା ଶରୀରରେ ମାରୁଥିଲା ହାତ

ତା ଟାଣୁଆ ହାତ ଛଡାଇବା ନ ଥିଲା ସହଜ।


ପେଟ ଫୁଲିଲା ବେଳକୁ ଗଲି ଡାକ୍ତର ପାଖ

ପାଦ ତଳୁ ଖସିଗଲା ମାଟି


ଗାଁ ରେ ବସିଲା ନିଶାପ

କ'ଣ ଘଟିଲା ଭାବିଲା ବେଳକୁ 

କଳଙ୍କନୀ ଆଖ୍ୟା ମୁଣ୍ଡରେ ବୋଳିଲ।


ଥରେ ଭାବିଲାନି ରୁକ୍ଷ କଠୋର ସମାଜ

ଘରୁ ତଡା ହେଲେ 

ତେର ବର୍ଷ ର ଝିଅ କୁଆଡେ ଯିବ ।


ବାର ଦ୍ବାର ବୁଲି ଭିକ ମାଗିଲି

ଆଉ ଦୁଇ ଭଉଣୀ ଖାତିରି 

ବାପା ପାଟି ଫିଟେଇ ଲାନି ।


ରାସ୍ତା କଡ ମୋର ଘର ବନିଗଲା

ଜାରଜ ସନ୍ତାନ ବି ଗଛ କଡ଼ରେ ଜନ୍ମ ନେଲା

ଅନାହାର ରେ ମାସ ଦୁଇଟାରେ ଆଖି ବୁଜିଲା

ଆଜିଯାଏ ବୁଝି ପାରିଲିନି ତେର ବୟସରେ 

ଅପରିପକ୍ବ ଝିଅଟି କଳଙ୍କିନୀ କେମିତି ହେଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract