ଉଆଁସୀ କନ୍ୟା
ଉଆଁସୀ କନ୍ୟା
ଏମିତି ଲଗ୍ନ ରେ ଜନମ ମୋହର
କି ନକ୍ଷତ୍ର ଥିଲା ସତେ
ଗଣାପୋଛା ମୋରକେମିତି ହୋଇଲା
ଅପବାଦେ ଦିନ ବିତେ
ମୋ ରାଶି ଗଣନା କିଏ କରିଥିଲା
କେମିତି ଲେଖିଲା ହାତେ
ଏମିତି ଲଗ୍ନରେ ଜନମ ମୋହର
କି ନକ୍ଷତ୍ର ଥିଲା ସତେ ।
ମୋର ମାତା ପିତା ଗରଭୁ ଜନ୍ମିଲି
ରୂପ ଲାବଣ୍ୟ ରେ ତୋରା
ସତେକି ଅନିନ୍ଦ୍ୟ ଉପମା ବିଳାସୀ
ସତେ ଗୋ ମୁଁ ଲକ୍ଷେହୀରା
ଗୁଣ ଗ୍ରାମ ମୋର ସମାଜ କହିବ
ସବୁ କର୍ମେ ଯିଏ ଜିତେ
ଏମିତି ଲଗ୍ନରେ ଜନମ ମୋହର
କି ନକ୍ଷତ୍ର ଥିଲା ସତେ.।
ସହିପାରୁନି ମୁଁ ନିନ୍ଦା ବାଜଣା
ଏକି ଥିଲା ମୋର ଦୋଷ
ମୋର ମାତା ଅବା ପିଅର ମୋହର
କାହିଁ ଦେଲ ଅବଶୋଷ
ମୋର ଯଦି କେବେ ବିବାହ ହୋଇବ
ମୋ ଦୃଷ୍ଟିରେ ହେବେ ହତେ
ଏମିତି ଲଗ୍ନରେ ଜନମ ମୋହର
କି ନକ୍ଷତ୍ର ଥିଲା ସତେ ।
ମାରିଦିଅ ପ୍ରଭୁ ଲୋଡାନାହିଁ ଆଉ
ଜୀବନ ବଂଚିବା ପାଇଁ
ଏତେ ହୀନିମାନି ଜିଇଁବି କାହିଁକି
ଗଞ୍ଜଣା ବୋହିବି କାଇଁ
ଧିକ ଏ ଜନମ ଦେଉଥିଲ କର୍ତ୍ତା
ତୁମ ହେତୁ ଗତାଗତେ
ଏମିତି ଲଗ୍ନରେ ଜନମ ମୋହର
କି ନକ୍ଷତ୍ର ଥିଲା ସତେ ।