STORYMIRROR

Sitansu Jena

Abstract Romance Tragedy

4  

Sitansu Jena

Abstract Romance Tragedy

ଉଆଁସୀ କନ୍ୟା

ଉଆଁସୀ କନ୍ୟା

1 min
298


ଏମିତି ଲଗ୍ନ ରେ ଜନମ ମୋହର

କି ନକ୍ଷତ୍ର ଥିଲା ସତେ

ଗଣାପୋଛା ମୋରକେମିତି ହୋଇଲା

ଅପବାଦେ ଦିନ ବିତେ

ମୋ ରାଶି ଗଣନା କିଏ କରିଥିଲା

କେମିତି ଲେଖିଲା ହାତେ

ଏମିତି ଲଗ୍ନରେ ଜନମ ମୋହର

କି ନକ୍ଷତ୍ର ଥିଲା ସତେ ।


ମୋର ମାତା ପିତା ଗରଭୁ ଜନ୍ମିଲି

ରୂପ ଲାବଣ୍ୟ ରେ ତୋରା

ସତେକି ଅନିନ୍ଦ୍ୟ ଉପମା ବିଳାସୀ

ସତେ ଗୋ ମୁଁ ଲକ୍ଷେହୀରା

ଗୁଣ ଗ୍ରାମ ମୋର ସମାଜ କହିବ

ସବୁ କର୍ମେ ଯିଏ ଜିତେ

ଏମିତି ଲଗ୍ନରେ ଜନମ ମୋହର

କି ନକ୍ଷତ୍ର ଥିଲା ସତେ.‌।


ସହିପାରୁନି ମୁଁ ନିନ୍ଦା ବାଜଣା

ଏକି ଥିଲା ମୋର ଦୋଷ

ମୋର ମାତା ଅବା ପିଅର ମୋହର

କାହିଁ ଦେଲ ଅବଶୋଷ

ମୋର ଯଦି କେବେ ବିବାହ ହୋଇବ 

ମୋ ଦୃଷ୍ଟିରେ ହେବେ ହତେ

ଏମିତି ଲଗ୍ନରେ ଜନମ ମୋହର

କି ନକ୍ଷତ୍ର ଥିଲା ସତେ ।


ମାରିଦିଅ ପ୍ରଭୁ ଲୋଡାନାହିଁ ଆଉ

ଜୀବନ ବଂଚିବା ପାଇଁ

ଏତେ ହୀନିମାନି ଜିଇଁବି କାହିଁକି

ଗଞ୍ଜଣା ବୋହିବି କାଇଁ

ଧିକ ଏ ଜନମ ଦେଉଥିଲ କର୍ତ୍ତା

ତୁମ ହେତୁ ଗତାଗତେ

ଏମିତି ଲଗ୍ନରେ ଜନମ ମୋହର

କି ନକ୍ଷତ୍ର ଥିଲା ସତେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract