ତୂଳୀ ନା କଲମ
ତୂଳୀ ନା କଲମ
କେତେଯେ ଭାବନା ମନରେ ଦେଲା ଉନ୍ମାଦନା,
ମନ କୁ କରିବାକୁ ବାଟବଣା,
ତୂଳୀ ଆଉ ରଙ୍ଗ କୁ ଧରିହାତରେ ଉତାରିଲି କାନଭାସ ରେ,
ସରିଲା କୁ ଦେଖିଲି ,ବଖାଣିଛି ମୋ ମନ ଭାବନା।
କହିବି କେମିତି କାହାକୁ ଭାବନା ମୋର,
ଲୋଡିଲି ସାହାଯ୍ୟ କାଗଜ କଲମର,
ଭାବନା କୁ ଗୁନ୍ଥିଲି ଶବ୍ଦ ଅଳନ୍କାରେ,
ମନର କଥା ପଢି ସବେ ବୁଝିଲେ ନିମିଷକ ମଧ୍ଯ ରେ।
ଆଜି ବୁଝିଲି ମୁଁ ଏଇ ସତ,
ଚିତ୍ର ବା କବିତା ଦୁହେଁ କରନ୍ତି ମନ ଭାବନା ବ୍ଯକ୍ତ,
ଚିତ୍ର ଯେ ଭାବନାର ମୂକ ସାକ୍ଷୀ,
ଯିଏ ବୁଝେ ଚିତ୍ର ଗହୀରତା ସିଏ ବୁଝେ ତାହା ଦେଖୀ।
କବିତାରେ ହୁଏ ଶବ୍ଦ ର ବ୍ଯବହାର,
ପଢିବା ଲୋକ ବୁଝିଯାଏ ଅତି ସହଜରେ,
ଶବ୍ଦରେ ଛନ୍ଦେ ମନର ଭାବ,
ହେଲେ ଭିନ୍ନ ତାର ଅନୁଭବ।