STORYMIRROR

Kalpana Satpathy

Classics Inspirational

3  

Kalpana Satpathy

Classics Inspirational

ମା'ର ମହକ

ମା'ର ମହକ

1 min
165

ନବରାତ୍ରୀ ର ଶୁଭ ଅବସର ସଭିଙ୍କ

ମନରେ ପ୍ରେମର ମହକ ଛୁଟାଇ

ସାତରଙ୍ଗୀ ଦିପାବଳୀର 

ଆଲୋକର ରୋଷଣୀରେ ଛିଟା ଛିଟା

ରକ୍ତ ଗୋଲାପର ପାଖୁଡାର ସ୍ପର୍ଶରେ

ଚାରିଆଡ ମୁଖରିତ କରି

ବାଜା ବାଣ ରୋଷଣୀର ଧ୍ୱନିରେ

ପ୍ରକମ୍ପିତ କରି ବଧୂଲିମା ର

ପଣତ କାନି ଚିରି ଉଭା ହେବେ

ସବୁରି ହୃଦୟରେ।

ମା ବିରାଜିବ ନବଧା ଶକ୍ତି ସାଜି

ଘରେ ଘରେ ପୁରେ ପୁରେ

ପ୍ରେମର ପାଲିଙ୍କି ଉପରେ

ପ୍ରେମ ରସର ମହକ ଭରା ସୌନ୍ଦର୍ଯ୍ୟ

ନେଇ ଶରତର ଶୀତଳ ପରଶରେ।

ଥିରିଥିରି ହୋଇ ନବଦିନ ବ୍ୟାପି

ଖୁସିର ଲହରୀ ରେ ହସି ଉଠିବ

ଏ ଧରାପୃଷ୍ଠ ପ୍ରେମର ଅବାରିତ ସ୍ରୋତରେ।

ଜୀବନର ସବୁ କଳ୍ମଷ ଧୋଇ ହୋଇ

ପ୍ରେମର ମହକ ଭରା ସୌନ୍ଦର୍ଯ୍ୟ

ଉପଭୋଗ ହେବ ସୁନ୍ଦର ସୁନ୍ଦର

ନବପଲ୍ଲବର ନୂଆ ନୂଆ ଅରୁଣିମାରେ।

ନବରାତ୍ରୀ ର ଶୁଭ ଅବସର ସଭିଙ୍କ

ମନକୁ ଟାଣ କରି ରାଗ ଋଷା ମାନ ଅଭିମାନ

ଭୁଲି ପ୍ରେମର ରାଗିଣୀ ରେ ଛନ୍ଦ ତୋଳି

ମା'ଙ୍କର ନବ କଳେବରର ନବଧା ରୂପ

ଲାବଣ୍ୟ ର ପ୍ରତିମାରେ ସୃଷ୍ଟି ହେବ

ନବଧା ଶକ୍ତି ର ଭକ୍ତିରେ ଶିହରଣ

ଖେଳିଯିବ ଅମୃତ ର ରସ ସ୍ନିଗ୍ଧ ଉଷ୍ଣବୀର୍ଯ୍ୟ

ଢାଳିଦେବ ପୀୟୂଷ ର ଧାର ବୋହି ଯିବ

ପ୍ରେମ ତରଙ୍ଗରେ ତରଙ୍ଗାୟିତ ହୋଇ

ଆନନ୍ଦର ରୋମନ୍ଥନରେ।

ପ୍ରକୃତି ମା'ର କୋଳରେ

ଯେପରି ଗଢି ଉଠିବ ଟମକ ନିଶାଣର

ସପ୍ତରଙ୍ଗ ଇନ୍ଦ୍ରଧନୁ ଢାଙ୍କି ହୋଇଯିବ

ନୂଆ ନୂଆ ପ୍ରେମର ପରସ ର ମହକ

ଆନନ୍ଦାଶ୍ରୁ ବୋହି ଯିବ ଏ ପାପୀ ନୟନୁ

ରୂପ ଲାବଣ୍ୟ ବେଶକୁ ଦର୍ଶନରେ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Classics