STORYMIRROR

Snigdha Panda

Abstract Classics

3  

Snigdha Panda

Abstract Classics

ଅବୁଝା ଜୀବନ

ଅବୁଝା ଜୀବନ

1 min
209

ଆରମ୍ଭରେ ସହଜ ଲାଗୁଥିବା ଜୀବନ 

ଧୀରେ ଧୀରେ ଜିଇଁବା ପାଇଁ

ସାହସ ଲୋଡ଼େ 

ପ୍ରେମ ଲୋଡେ

ପ୍ରେମ ପାଇଁ ପ୍ରତୀକ୍ଷା ଲୋଡେ

ପ୍ରତୀକ୍ଷା ପାଇଁ ଧୈର୍ଯ୍ୟ ଲୋଡେ 

ଝଡୁଥିବା ପତ୍ର ଗଣିବାକୁ ପଡ଼େ 

ସମ୍ଭାଳି ନେବାକୁ ପଡ଼େ 

କେବେ ଆସେ ବୈଶାଖ 

କେବେ ଆସେ ଶ୍ରାବଣ 

କେବେ ମାଘ କେବେ ଫଗୁଣ 

କେବେ ମନେ ରଖେ

କେବେ ଭୁଲିବାକୁ ପଡ଼େ ।


ଆରମ୍ଭରେ ଗୋଟେ ଧାର କାନ୍ଦ ପରେ

ହସହସ ଲାଗୁଥିବା ଜୀବନ 

ଚାଲିବାକୁ ରାସ୍ତା ଖୋଜି ହସ ଭୁଲିଯାଏ 

ରୋମାଞ୍ଚରୁ ରହସ୍ୟର ଧନ୍ଦା 

କ୍ଷଣକେ ବଦଳିଯାଏ 

ବୁଝିବା କି ବୁଝେଇବା 

ଜୀବନ ସେଇଠି ଥାଏ 

ସମୟର ଚକ ଯାହା ଘୂରି ଯାଉଥାଏ ।


ଅନେକଥର 

ଜିଇଁବାକୁ ଭୁଲିଯିବାକୁ 

ଚାହୁଁଥିବା ଅବୁଝା ଜୀବନ 

ପୁଣି ଜିଉଁଥାଏ ନିଜକୁ ନିଜେ 

ହଜିଯିବାକୁ ଚାହୁଁଥିବା

କ୍ଷଣ ପରେ ପରେ 

ଜିଇଁବାର କଳା ପୁଣି ଖୋଜେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract