ପ୍ରତିକ୍ଷୀତ ବିଦାୟ
ପ୍ରତିକ୍ଷୀତ ବିଦାୟ
ସ୍ୱପ୍ନିଳ ମୁହୂର୍ତ୍ତ ସବୁ
ଯେତେବେଳେ ସାଉଁଟି ବସେ
ଶୁଭୁଥାଏ ଶଙ୍ଖ ର ମନ୍ତ୍ରୀଭୂତ ସ୍ୱନ ର
ବିମୁଗ୍ଧ ରସାୟିତ ତାନ
ନୁହେଁ ତ ସେ କେଉଁ ପକ୍ଷୀର କୂଜନ
ମଙ୍ଗଳ ବେଳା ର ସଂକେତ ବାହକ
ନବ ଜୀବନ ଦ୍ୟୋତକ
କଷ୍ଟର ମରୁରେ ଅବା
ବଞ୍ଚିବାର ନିର୍ଝର
ସତେତ ମୃତବତ ପଡ଼ିଥିବା
ଅର୍ଦ୍ଧ ଜୀବିତ ଶରୀର
ଉଠିପଡ଼ି ଆଗକୁ ମାଡିଚାଲେ
ହଁ ଅସିଛି ତ ମୋ ଦେବୀ ମାଆ
ଶକ୍ତି ସ୍ୱରୂପିଣୀ ଦୂର୍ଗା
ପାପୀର ସଂହାର କାରିଣୀ
ଲିଭେଇ ଦେବ କିବା
ମୋ ଜୀବନର କଷ୍ଟର ପରିସୀମା
ବର୍ଷକର ପ୍ରତିକ୍ଷୀତ ମୁହୂର୍ତ୍ତ କାଟି
ପହଞ୍ଚିଛି ହାରିବାକୁ ଯନ୍ତ୍ରଣାକ୍ତ ବେଦନା
ତା'ର ଅଳତା ଲଗା ପାଦ ଅବା
ଦେଖାଉଛି ବଞ୍ଚିବାର ପଥ
ହେଲେ ଶୁଭିଥାଏ ଶୂନ୍ୟ ବାଣୀ
ଭାଗବତ ର ପୃଷ୍ଠା ପଟ ତଳେ
ମର୍ତ୍ତ୍ୟ ମଣ୍ଡଳେ ଦେହ ବହି
ଦେବତା ହେଲେ ଵି ମରଇ
ଉପନୀତ ହୁଏ ବିଦାୟ ର ବେଳା
ସିଂହବାହିନୀ ମାଆ ଭସାଣି ର
ଶୋଭା ପାଟୁଆରେ ବିଦାୟ ନିଏ
ସତେ ଅବା କହୁଥାଏ
ଫେରିବି ଦୀର୍ଘ ଏକ ବର୍ଷ ର ବ୍ୟବଧାନ ରେ
ସାଉଣ୍ଟୁଥା ସ୍ମୃତି ର ସ୍ୱପ୍ନିଳ ରେଣୁକୁ
ମନ ମୋର କହୁଥାଏ ମାଆ
ଏ ହୀନ ପାପିନୀ ଦିଏ ତତେ
ସ୍ନେହ ବୋଳା ପ୍ରତିକ୍ଷୀତ ବିଦାୟ ll
ସମାପ୍ତ ll