Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Classics

3  

SUJATA DAS

Classics

ସ୍ୱାଗତ ସମ୍ଭାର

ସ୍ୱାଗତ ସମ୍ଭାର

1 min
143



ଶରତ ଆସିଛି

  ସରାଗେ ମରତେ

     ଧରି ନାନା ଉପହାର

ସରଗ ସୁଷମା

  ପଡୁଅଛି ଝରି

     ସର୍ବେ ଆନନ୍ଦେ ବିଭୋର.

ନଈ ପଠା ଧାରେ

  କାଶତଣ୍ଡୀ ହସେ

    ଶୁଭ୍ର ସ୍ୱଚ୍ଛ ସ୍ମିତହସ 

ସ୍ୱଚ୍ଛ ଜଳରାଶି

  ସମ୍ପୂର୍ଣ୍ଣା ସରସୀ

    ଅତି ମନୋହର ବେଶ.

କୁମୁଦ ପ୍ରଣୟେ

   ବିଭୋର ଚନ୍ଦ୍ରମା

     ଝରିପଡ଼େ ମଧୁଜ୍ୟୋତ୍ସ୍ନା 

ନୀଳ ଆକାଶର

   ନୀଳିମାରେ ଭିଜି

    ନଦୀ ହୁଏ ନୀଳବର୍ଣ୍ଣା.

ଜହ୍ନି ଫୁଲ ଫୁଟି

   ହସୁଛି ଅଗଣା

     ମଧୁପ ଗାଉଛି ଗୀତ

କୁଆଁର ପୁନେଇଁ

  ଜହ୍ନ ପୂଜିବାକୁ

    କୁମାରୀ ହେଲେଣି ରତ.

ଅଶିଣ ଆସିଛି

  ଜ୍ୟୋତି ପ୍ରକାଶୁଛି

    ମାଆଙ୍କର ଆଗମନେ

ଅସୁର ବିନାଶି

  ଶାନ୍ତି ମୁକ୍ତି ପ୍ରେମ

    ସଂସ୍ଥାପିବେ ପ୍ରତି ମନେ.

ସ୍ୱାଗତ ବନ୍ଦନା

  ଗାଏ କୁମ୍ଭାଟୁଆ

    ଶେଫାଳି ସଜାଏ ବାଟ

ପବନ ବଜାଏ

  ବଂଶୀ ବାଉଁଶରେ

    ବସିଛି ଶୋଭାର ହାଟ.

ମୁକୁତା ପାଲଟେ

  ଶରଦ ଶିଶିର

     ଝରିପଡ଼େ ଗୋପନରେ

ଦେବୀ ଦଶଭୁଜା

  ହେବେ ଆବିର୍ଭାବ

     ନବରାତ୍ର ଅବସରେ.

ଆସ ମା ଶାରଦା

  ଅଭୟ ବରଦା

    ଆସ ଧରା ଅବତରି

ଶାରଦୀୟ ଋତୁ

  ହେଉ ସ୍ମରଣୀୟ

     ପାଇ ଆଶିଷ ତୁମରି ।



Rate this content
Log in

Similar oriya poem from Classics