ନୀଳାଦ୍ରିନାଥ
ନୀଳାଦ୍ରିନାଥ
ନୀଳାଦ୍ରି ନାଥ ହେ ଜଗନ୍ନାଥ
ନୀଳାଦ୍ରି ନାଥ ଆହେ ଜଗନ୍ନାଥ
ନୀଳ କନ୍ଦର ଠାକୁର,
ନୀଳ ଶୈଳ ବାସୀ କୋଟି ବ୍ରହ୍ମରାଶି
ବସି ନୀଳ ସିନ୍ଧୁ ତୀର ।।
ଜଗତ ଈଶ୍ୱର ଆହେ ବିଶ୍ବମ୍ବର
ପାଳୁଛ ଜଗତ ସାରା
ଜଗତ୍ ପତି ହୋଇ ବାନା ଉଡାଉଛ
ଜଗନ୍ନାଥ ନାମ ପରା ।।
ନୀଳ ସିନ୍ଧୁ ତୀରେ ଗଢ଼ିଲ ଉଆସ
ବଡ ଦେଉଳ ତା ନାମ,
ବଡ ପ୍ରଭୁ ବୋଲି ବଡ ଭୋଗ ଖାଅ
ମହା ପ୍ରସାଦ ତା ନାମ ।।
ନୀଳ କନ୍ଦର ରୁ ଆସି ଦାରୁ ରୂପେ
ଭାସୁଥିଲ ଜଳଧି ରେ,
ରାଜା ଇନ୍ଦ୍ରଦ୍ୟୁମ୍ନ ସୁନା ଶଗଡ଼ି ରେ
ଆଣିଥିଲେ ଯତନ ରେ ।।
ବିଶ୍ଵକର୍ମା ଆସି ଗମ୍ଭୀରା ଭିତରେ
ଗଢିଲେ ଦାରୁ ମୂରତି,
ଅଧା ଗଢା ହୋଇ ନିଜର ଇଚ୍ଛା ରେ
ରହିଲ ହେ ବିଶ୍ୱପତି ।।
ଭାଇ ଭଗ୍ନୀ ସଙ୍ଗେ କି ଶୋଭା ପାଉଛ
ରତ୍ନ ସିଂହାସନେ ବସି,
ଗରୁଡ଼ ପଛରୁ ଦେଖି ଦେଲେ ଥରେ
ନାଶ ଯାଏ ପାପ ରାଶି ।।
କଳା ବଦନ କୁ ଚକା ଚକା ଆଖି
ଦିଶେ କେଡେ ଶୋଭାବନ,
ପଲକ ନ ପଡ଼େ ଚକା ନୟନ ରେ
କେମନ୍ତେ ଶୁଅ ମୋ ଧନ ।।
ଷାଠିଏ ପଉଠି ଭୋଗ ଖାଅ ନିତି
ଉଡ଼ାଅ କପି କେତନ,
ଆସ ଆସ ବୋଲି ପାତକି ମାନଙ୍କୁ
ଡାକୁ ଅଛ ନିତିଦିନ ।।
ନୀଳ ଚକ୍ରେ ଥରେ ଦେଖିଲେ ସେ ନେତ
ନ ହୁଅଇ ପୁନର୍ଜନ୍ମ,
ବାୟୁ ବିପରୀତେ ଉଡୁଥାଏ ବାନା
ଧନ୍ୟ ତୁମ ଲୀଳା ମାନ ।।
ତୁମ୍ଭେଏକା ମୋର ଗତି ମୁକ୍ତି ଦାତା
ତୁମୋ ମୋ ଜୀବ ଜୀବନ,
ମରଣ କାଳରେ ଦରଶନ ଦେବ
ଶ୍ରୀ ପଦେ ଗଲି ଶରଣ ।।