Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANANIBALA NAIK

Others

4  

BANANIBALA NAIK

Others

ସରସ୍ଵତୀ ପୂଜା

ସରସ୍ଵତୀ ପୂଜା

1 min
6


      

ପୁଣ୍ୟ ମାଘ ମାସ ଶୁକଳପକ୍ଷରେ

ହୁଏ ବାଣୀ ଆରାଧନା,

ଜଗତ ଯାକରେ ମହା ଆଡ଼ମ୍ବରେ

କରିଥାନ୍ତି ନିରାଜନା ।।

ପ୍ରତି ବିଦ୍ୟାଳୟେ ଶୁଭ ଲଗ୍ନ ଦେଖି

ହୁଅଇ ମାତାଙ୍କ ପୂଜା,

ଆଲୋକ ମାଳାରେ ଆମ୍ବ ତୋରଣରେ

ହୋଇଥାଏ ସାଜସଜ୍ଜା ।।

ଉଚ୍ଚମେଢ଼ ପରେ ହଂସବାହନରେ

ବୀଣାପାଣି ଅଧିଷ୍ଠିତା,

ଚତୁର୍ଭୁଜା ମାତା ଶୁକ୍ଳାମ୍ୱର ଯୁକ୍ତା

ଶୁଭ୍ର ପଦ୍ମେ ବିରାଜିତା ।।

ହର୍ଷ ଉଲ୍ଲାସରେ ହୁଏ ପୂଜୋତ୍ସବ

ନାରିକେଳ, ପୁଷ୍ପହାର,

ପଣ୍ଡିତଙ୍କ ମୁଖୁ ମନ୍ତ୍ର ଉଚ୍ଚାରିତ

ପ୍ରବାହିତ ଭକ୍ତି ଝର ।।

ଧୂପ ,ଦୀପ, ପୁଷ୍ପ ହୁଅଇ ନୈବେଦ୍ୟ

ହୋମ ହୁଏ ପୂଜା ପାଶ,,

ଓଁକାର ନାଦ ରେ ଦେବୀ ବନ୍ଦନା ରେ

ଆଧ୍ୟାତ୍ମିକ ପରିବେଶ ।।

ପିଲା ମାନଙ୍କର ଖଡ଼ି ଛୁଆଁ ହୁଏ

ଖଡ଼ି ସିଲଟ କୁ ଧରି,

ତିନି ଗୋଲ କରି ବିଦ୍ୟାରମ୍ଭ ହୁଏ

ମାତାଙ୍କ ନାମ ଉଚ୍ଚାରି ।।

ପୂଜା ଶେଷ ହେଲେ କ୍ଷୀରି ପୁରି ମିଠା

ବଣ୍ଟା ଯାଏ ସମସ୍ତଙ୍କୁ,

ବର୍ଷକ ରେ ଥରେ ସରସ୍ଵତୀ ପୂଜା

ମାଘ ଶୁକ୍ଳ ପଞ୍ଚମୀକୁ ।।

ତହିଁ ପରଦିନ ମହା ଆଡ଼ମ୍ବରେ

ମାତାଙ୍କ ମାଟି ମୂରତି,

ବିସର୍ଜିତ ହୁଏ ବିଧି ଅନୁସାରେ

ମାତା ପାଣିରେ ପଡନ୍ତି ।।

ବୀଣାପାଣି ଙ୍କ ର ଜନ୍ମ ଦିନ ଅଟେ

ବସନ୍ତ ପଞ୍ଚମୀ ଦିନ,

ମହା ଆଡ଼ମ୍ବରେ ପାଳନ କରନ୍ତି

ସର୍ବ ବୁଦ୍ଧିଜୀବି ଗଣ ।।

ଚତୁର୍ଭୁଜା ମାତା ମସ୍ତକେ କିରୀଟ

ଗଳାରେ ମର୍କତ ମାଳା,

କର୍ଣ୍ଣ ରେ କୁଣ୍ଡଳ ଦିଶଇ ସୁଢଳ

ହସ୍ତରେ ସ୍ଫଟିକ ମାଳା ।।

ପୁସ୍ତକ ଧାରିଣୀ ମାତା ବୀଣାପାଣି

ବସନ୍ତ ର ଆଗମନେ,

ହଂସ ବାହନରେ ଓହ୍ଲାଇ ଆସନ୍ତି

ସୁନ୍ଦର ଏ ଧରାଧାମେ।।

ବ୍ରହ୍ମା ଙ୍କ ନନ୍ଦିନୀ ଜ୍ଞାନ ଠାକୁରାଣୀ

ବିଦ୍ୟା ବୁଦ୍ଧି ପ୍ରଦାୟିନୀ,

ସୁଶୀଳା,ସୁକେଶୀ, ସୁନେତ୍ରୀ, ସୁଭାଷୀ

ବରଦା , ଜଗତ୍ବ୍ୟାପିନୀ ।।

କବିଙ୍କ ଜନନୀ ସେ ବ୍ରହ୍ମଚାରିଣୀ

କରୁଣାମୟୀ ଜନନୀ,

ତାଙ୍କ ଦୟା ହେଲେ ମୁକ ଗାଏ ଗୀତି

ଅନ୍ଧ କୁ ଦିଶେ ସରଣୀ ।।

ମୂର୍ଖ କାଳିଦାସ ମାତା ପଦେ ଧ୍ୟାୟୀ

ହୋଇଲେ ମହାପଣ୍ଡିତ,

ମାତାଙ୍କ ଦୟାରେ ସାରଳା ଦାସ ଯେ

ଲେଖିଲେ ମହାଭାରତ ।।

ନୃତ୍ୟ, ଗୀତ, ସ୍ୱର, ସଙ୍ଗୀତର ତାଳ

ବରଦାନ ମାତାଙ୍କ ର,

ତାଙ୍କ ଦୟା ବିନା ନ ଚାଲେ ଲେଖନୀ

ନ ସ୍ପୁରେ ମୁଖରୁ ସ୍ୱର ।।

କଣ୍ଠ ଦେଶେ ଜିହ୍ୱା ଅଗ୍ରେ ତାଙ୍କ ବାସ

ତାଙ୍କରି କରୁଣା ବଳେ,

ମହାମୂର୍ଖ ମୁଖେ ଅନର୍ଗଳ ଭାଷା

ଫୁଟିଥାଏ ସଦାକାଳେ ।।



Rate this content
Log in