Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANANIBALA NAIK

Others

3  

BANANIBALA NAIK

Others

ମେଘନାଦ ପ୍ରାଚୀର

ମେଘନାଦ ପ୍ରାଚୀର

1 min
4



ଶବ୍ଦ ନିରୋଧକ ପ୍ରସ୍ତରେ ନିର୍ମିତ

ଏ ମେଘନାଦ ପାଚେରୀ,

ଶିରୀ ମନ୍ଦିର ର ଚତୁର୍ଦ୍ଦିଗେ ଏହା

ରହିଅଛି ଦୃଢେ ଘେରି ।।

ରାଜା ଇନ୍ଦ୍ରଦ୍ୟୁମ୍ନ ରାଜୁତି କାଳରେ

ନିର୍ମିତ ମୂଳ ମନ୍ଦିର,

ପରବର୍ତ୍ତୀ କାଳେ ନିର୍ମିତ ହୋଇଲା

ଏ ମେଘନାଦ ପ୍ରାଚୀର ।।

ଛଅ ଶହ ପଞ୍ଚଷଠି ଫୁଟ ଲମ୍ବ

ଦିଗ ପୂର୍ବ ରୁ ପଶ୍ଚିମ ,

ଛଅ ଶହ ଚାଳିଶ ଫୁଟ ଓସାର

ଅଛି ଉତ୍ତରୁ ଦକ୍ଷିଣ ।।

ଉଚ୍ଚତା ଏହାର କୋଡ଼ିଏ ଫୁଟ ର

ଛଅ ଫୁଟ ର ମୋଟେଇ,

ଗଜପତି ରାଜା କପିଳେନ୍ଦ୍ର ଦେବ

ଏହାକୁ ଥିଲେ ତୋଳାଇ ।।

ଓଡ଼ିଶା ର ଉଚ୍ଚତମ ନ୍ୟାୟାଳୟ

କରି ଅଛନ୍ତି ଆଦେଶ,

ଏହା ଠାରୁ ଉଚ୍ଚ ନ ହେବ ପାଚେରୀ

ମେଘନାଦ ପ୍ରାଚୀର ପାଶ ।।

ସାଗର ଗର୍ଜନ ବନ୍ୟା ବାତ୍ୟା ମାନ

ଲଂଘି ନ ପାରଇ ତାକୁ,

ମନ୍ଦିର ଭିତରେ ସିନ୍ଧୁ ଗର୍ଜନ ରେ

ବାଧା ନ ଉପୂଜିବାକୁ ।।

କିମ୍ବଦନ୍ତୀ କହେ ପ୍ରଭୁ ଜଗନ୍ନାଥ

ଶ୍ଵଶୁର ଙ୍କ ସଙ୍ଗେ ବାଦ,

ସମୁଦ୍ର ଗର୍ଜନ ଦେଉଳେ ପଶୁଛି

ନୀତିକାନ୍ତି ରେ ପ୍ରମାଦ ।।

ତେଣୁକରି ପ୍ରଭୁ ପାଚେରୀ ତୋଳାଇ

ଶବ୍ଦ ନିରୋଧ ଶିଳା ରେ,

ଆରାମେ ଅଛନ୍ତି ଭାଇ ଭଗ୍ନୀ ସଙ୍ଗେ

ନୀଳ କନ୍ଦର ଭିତରେ ।।

ଧନ୍ୟ ଚକାଡୋଳା ଧନ୍ୟ ତୁମ ଲୀଳା

ବୁଝି ବା ପାରିବ କିଏ ??

ତୁମେ ଲୀଳାମୟ ମଙ୍ଗଳ ଆଳୟ

ତୁମପରି କାହିଁ କିଏ ??



Rate this content
Log in