STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ଦାରିଦ୍ର୍ୟ ଭଞ୍ଜନୀ

ଦାରିଦ୍ର୍ୟ ଭଞ୍ଜନୀ

1 min
145



ଦୟାକରି ଶୁଣ ମୋ ଗୁହାରୀ ମା ଦେବୀ କମଳିନୀ

ଅଧମ ମୂରୁଖ କିଛି ଜାଣିନାହିଁ କରୁଛି ଦୟିନୀ।


ତୁମରି କରୁଣା ସାଗର ଢେ଼ଉରେ ଭସାଇ ଦିଅ ମା

ଅତି ଅସହାୟ ଏଇ ଜୀବନରେ ନାହିଁ ମୋ ସାହା।


ସବୁ ସୁଖ ଶିରି ତୁଟି ଯାଇଛି ସାହା ହୁଅ ବାରେ ମା

ଭବ ସାଗରେ ଭାସିଯାଉଛି ରକ୍ଷାକର ତୁମେ ମା।


ତୁମରି ମହିମା ଯୁଗ ଯୁଗ ଧରି ରହି ଆସିଛି ଖ୍ୟାତି

ଲକ୍ଷ୍ମୀ ଠାକୁରାଣୀ ବିଷ୍ଣୁଙ୍କ ଘରଣୀ ଶୁଣ ମୋ ସ୍ତୁତି।


ଲକ୍ଷ୍ମୀ ପୁରାଣରେ ଶୁଣିଛି ତୁମର ଯଶ ଓ ମହିମା

ଲକ୍ଷ୍ମୀ ବିନା ଠାକୁର-ଭାଇ ,ଜାଣିଲେ ତୁମ ଗରିମା।


ତୁମ କୃପା ଦୃଷ୍ଟି ପାଇ ଶ୍ରୀୟା ଚଣ୍ଡାଳୁଣୀର କୁଡ଼ିଆ

ସୁଖ-ସମୃଦ୍ଧି ଭରିଗଲା ଶୁଣି ସଭିଏଁ ଛାନିଆ।


ଏତେ ବଡ ଭକ୍ତି ନାହିଁ ମୋର,ତଥାପି ରଖିଛି ଆଶା

ଏ ଅଭାବୀ ଜୀବନେ ତୁମେ ହିଁ ମୋ ସାହା ଭରସା।


ଏବେ ବି ଭକ୍ତଙ୍କ ଭିଡ଼ ତୁମରି କରୁଣା ପାଇଁ

ମାର୍ଗଶୀର ମାସ ପ୍ରତି ଗୁରୁବାରେ ତୁମ ନାମକୁ ଧ୍ୟାୟୀ ।


ଦାରିଦ୍ର୍ୟ ଭଞ୍ଜନୀ ତୁମେ ଦାରିଦ୍ର୍ୟ ମୋ ଦୂର କର

ଅଳି ତୁମ ପାଦ ପଦ୍ମ ତଳେ ଦୁଃଖ ଶୁଣ ମୋହର।










Rate this content
Log in

Similar oriya poem from Abstract