ଜୟ ଜୟ ଦୂର୍ଗା ମାଆ
ଜୟ ଜୟ ଦୂର୍ଗା ମାଆ
ଜୟ ଜୟ ଦୁର୍ଗା ମାଆ।
ମାଆ ଗୋ ମମତା ମୟୀ ମାଆ ,
ମାଆ ଗୋ କରୁଣା ମୟୀ ମାଆ।
ସୁନୀଳ ଶରତେ, ସିଂହ ବାହନରେ ,
ଆସ ଅବତରି ମା।
ତୁମ ଆଗମନେ, ହସିବ ଧରଣୀ,
ଆନନ୍ଦ ଉଲ୍ଲାସ ହୋଇ,
ବାଜୁଥିବ ବାଜା, ଶଙ୍ଖ, ଘଣ୍ଟ ,
ଘଣ୍ଟା ମଙ୍ଗଳ ଆଳତି ପାଇଁ
ମନ୍ତ୍ର ଧ୍ଵନି ଶବ୍ଦେ, ପୂଜା ମଣ୍ଡପରେ
ଶୁଭୁଥିବ ଜୟ ମାଆ।
ଜୟ ଜୟ ଦୁର୍ଗା ମାଆ।
ତ୍ରିଶୂଳ ଧାରିଣୀ , ମହିଷ ମର୍ଦ୍ଦିନୀ,
ଜୟ ଉମା କାତ୍ୟାୟନୀ
ତ୍ରେତାରେ ଶ୍ରୀରାମ, ନାଶିଲେ ରାବଣ,
ତୁମ ଆଶିର୍ବାଦ ଘେନି।
ବିଜୟା ଦଶମୀ ତୁମ ବଡ଼ ପୂଜା
ଭକ୍ତଙ୍କୁ କର ମା ଦୟା।
ଜୟ ଜୟ ଦୁର୍ଗା ମାଆ।
ମନ୍ଦାର ମାଳିନୀ, ଜଗତ ଜନନୀ,
ଜୟ ମାଆ ଦଶ ଭୁଜା
ଶୁଭ୍ର କାଶତଣ୍ଡି , ଚାମର ରେ
ବନ୍ଦି କରିବ ଚରଣ ପୂଜା
ଦୁଷ୍ଟ ନାଶି ସନ୍ଥ ପାଳନ କର ମା
ଆଦିଶକ୍ତି ମହାମାୟା।
ଜୟ ଜୟ ଦୁର୍ଗା ମାଆ।