Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparajita Sarangi

Abstract Classics Inspirational

3  

Aparajita Sarangi

Abstract Classics Inspirational

ଭକ୍ତି ମାର୍ଗର ତାଲା

ଭକ୍ତି ମାର୍ଗର ତାଲା

1 min
135



ଆସନ୍ନ ସନ୍ଧ୍ୟା

ସରିଯିବ ସବୁ ମାୟା

ଜୀବନର ଅର୍ଦ୍ଧେକ କାୟା

ସରି ସରି ଆସେ ସମ୍ମୁଖେ ଛାୟା

ତଥାପି କାହିଁକି ମୋହେ ମୁଁ ବାୟା

ଖାଲି ଏକା ସାହା ମାଆ ତୋ ଦୟା ll


ପାପ ପଙ୍କେ ମୁହିଁ ଆଜି ମଳିନ

ମନ ଗହନ ରେ ଅଟେ ମୁଁ ହୀନ

କ୍ଷମତା ପିପାସୁ ଲୋଭାସକ୍ତ ଜୀବନ

ଜନ୍ମ ମୃତ୍ୟୁ ବାଡ଼ ଭିତରେ ଲୀନ

ଶୂନ୍ୟୁ ଶବ୍ଦ ଶୁଭେ ମୃତ୍ୟୁ ଆସନ୍ନ

ମାଆ ଚରଣ ରେ ହୁଅ ମଗନ ll


ଅତି ଦର୍ପ କରି ରାବଣ ମଲା

ମାନ କରି କୁରୁ ବଂଶ ବୁଡ଼ିଲା

ମହିଷାସୁର ର ଅହଂ ବଢିଲା

ମାତା ଦୂର୍ଗା ତା'ର ବକ୍ଷ ଛେଦିଲା

ଆରେ ମୂର୍ଖ ମିଥ୍ୟା ସଂସାରେ ଭଲା

ପିଇଛି କିଏ ବା ସୁଖ ପିଆଲା ll


ଆସିଛୁ ଏକା ତୁ ଯିବୁବି ଏକା

ଖୋଲା ଆସିଥିଲୁ ଯିବୁ ଵି ଖୋଲା

ପଡ଼ିଥିବ ଧନ ହେଇକି ମେଲା

ସାଥେ ଯିବ ତୋର ଧର୍ମ ଗଣ୍ଠିଲା

ଦେବୀ ପାଦ ତଳେ ହୋଇ ମତୁଆଲା

ପକା ସଦା ହୃଦେ ଭକ୍ତି ମାର୍ଗର ତାଲା ll



Rate this content
Log in

Similar oriya poem from Abstract