Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Classics Inspirational

3  

Satyanarayan Sahoo

Abstract Classics Inspirational

ମା' ଗଜ ଲକ୍ଷ୍ମୀ ସାଗର ତନୟା

ମା' ଗଜ ଲକ୍ଷ୍ମୀ ସାଗର ତନୟା

1 min
137



ମା ଲୋ ଗଜ ଲକ୍ଷ୍ମୀ ସାଗର ତନୟା

ସର୍ବ ଭୁତ ପାଳୁ ଦୟା

କରୁଣା ବୋହି ଗୋ ତ୍ରିପୁର ପlଳିନି

 ଜଗତ ଜନନୀ ମାଆ ।

ତୋ ସୁଦୟା ରେ ଜୀବେ ମହୀ ରେ

ପଡ଼ି ଲଭି ଥାନ୍ତି ସର୍ବେ

ଭକ୍ତି ଭାବ ରେ ତୋର ପୟରେ

ଭକ୍ତି ଭରେ ନିତି ସେବେ ।

କରୁଣା ମୟୀ ଗୋ ଜନନୀ ତୁ

ଜୟ ମାଆ ଗଜ ଲକ୍ଷ୍ମୀ 

ସାଗର ଦୁଲଣୀ ଦୁଃଖ ବିନାଶିନି

ପୂଜା ପାଉ କୁମାର ପୂର୍ଣ୍ଣିମୀ ।

ବାଉନ ଭଣ୍ଡାର ରାଣୀ, ତୁ

ମା ଗୋ ଲକ୍ଷ୍ମୀ ଠାକୁରାଣୀ 

ଅନନ୍ତ ଅଶେଷ ବିଭୂତି

ମହିମା ତୋହର ବର୍ଣି ।

କେ ପରେ ଲୋ ମାତ ଜଗତେ

ତୁହି ସଭିଙ୍କ ଜନନୀ

ଗଜ ଲକ୍ଷ୍ମୀ ଭାବେ ପୂଜା ଲୋ

ପାଉ କୁମାର ପୂର୍ଣ୍ଣମୀ ।

ଗୁରୁ ବାର ଅଟେ ତୋହର

ଅତି ପ୍ରିୟ ବାର ମାତ

ଏଇ ଦିନ ଯିଏ କରନ୍ତି

ଉପାସନା ,ପୂଜା , ବ୍ରତ ।

ତାହାଙ୍କ ର ଅଭିଳାଷ ଲୋ

କରୁ ତୁହି ' ସଫଳ

ଐଶୂର୍ଯ୍ୟ ସମ୍ପଦ ଭୋଗନ୍ତି

ସେହି  ମାନେ ଚିର କାଳ ।

ଜନନୀ , ତୋହର ଦୟାରେ

ପୂଜା ଆରାଧନା , କଲେ

ପୂର୍ଣ୍ଣ ହୁଏ ଆଶା , ମହୀରେ

ସଦା ସନ୍ତୋଷ ମିଳେ ।

ମିଳଇ ବିପୁଳ ସିଦ୍ଧି ଗୋ

ତୋର ସୁଦର୍ଶ। ବ୍ରତ

ଶୁକ୍ଳ ପକ୍ଷ ଗୁରୁ ବାର ରେ

ବିଧି ବିଧାନେ ପାଳିତ ।

ଜୟ ଜୟ ମାତ ବାଉନ

 ଭଣ୍ଡାର ରାଣୀ ତୁ ହି

ମାର୍ଗ ଶିର ମାସେ ତୁ ହି ଲୋ

ପୂଜା ଯେ ଥାଉ ପାଇ

ଘର ଦ୍ବାର ଝୋଟି ଚିତା ରେ

 ସଜା ସଜି କରିଣ

ନାରୀ ଏ ସଭିଏଁ କରନ୍ତି

ତୋହର ଆବାହନ ।

ସୁପ୍ରସନ୍ନେ ଜାଚି ଦେଉ ଲୋ

ତୁହି ସଭିଙ୍କୁ ବର

ଗୁରୁ ବାରେ ଯିଏ ପୂଜଇ

ଭକ୍ତି ଭରେ ପୟର ।



Rate this content
Log in

Similar oriya poem from Abstract