ଥିରି ଥିରି ଆସେ ଶୀତର ଲହରୀ
ଥିରି ଥିରି ଆସେ ଶୀତର ଲହରୀ
ଥିରି ଥିରି ଆସେ ଶୀତର ଲହରୀ
ଧରଣୀ ଛୁଇଁବା ଆଶେ
ସ୍ୱାଗତ କରିବା ଧରଣୀ ରାଣୀ ଏ
ହୃଦୟ ଦୁଆର ଦେଶେ
ଶୀତର ସମୀର ପରଶରେ ପୁଣି
ଶିହରୀ ଉଠଇ କାୟ
ପ୍ରତ୍ୟୁଷରେ ପୁଣି ପ୍ରାତଃ ଭ୍ରମଣରେ
ହୁଅଇ ମନ ପ୍ରଫୁଲ୍ଲ
ଆଳସ୍ଯ ପଣକୁ ଦୂର କରି ଏତ
କର୍ମ କରିବାର ବେଳ
ଶୀତ ସକାଳର କଅଁଳ ଖରାରେ
ହସି ଉଠେ ଏଇ ଧରା
ଘାସ ଗାଲିଚାର ମୁକୁତା ଓଢ଼ଣୀ
କେଡ଼େ ମନୋରମ ପରା
ଲୁଚିଯାଏ କାହି ଶଶାଙ୍କ ଜୋଚ୍ଛନା
ଶିଶିର ବାଦର ତଳେ
ଟୋପା ଟୋପା ପୁଣି କାକରର ବିନ୍ଦୁ
ଝରଇ ବରଷା ଆଳେ
ମହା କାର୍ତ୍ତିକର ବୋଇତ ବନ୍ଦାଣ
ମାଣ ଝୋଟି ମାର୍ଗଶୀରେ
ମକରର ଗୁଡି ବସନ୍ତ ପଞ୍ଚମୀ
ଏ ଋତୁରେ ଶୋଭା କରେ
ଶୀତ ରାଇଜ ପରିଚୟ ନେଇ
ଓହ୍ଲାଇ ଆସିଛି ଶୀତ
ପରଣରେ ତାର ଏ ଜୀବଜଗତ
ଗାଇ ଉଠେ ମୈତ୍ରୀ ଗୀତ ।