Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ମାୟାବିନୀ

ମାୟାବିନୀ

1 min
207



ତୋ ଭଲ ପାଇବା କରିଦେଲା ଅନ୍ଧ

    ତୋ ପଛେ ଧାଇଁଲି ମୁଁ 

ବୁଝି ପାରିଲିନି ଥିଲା ତ ଛଳନା

   ମୋ ସାଥେ ଖେଳିଲୁ ତୁ ।

କପଟର ପଶା ପାଲି ଖେଳୁଥିଲୁ

     ନାଚି ଚାଲିଥିଲି ମୁଁ 

ମୋର ସରଳତା ବିଶ୍ୱାସକୁ ନେଇ

    ଖେଳି ଚାଲିଥିଲୁ ତୁ ।

ତୋ ଦୁଃଖ କାହାଣୀ ସତ ଭାବି ନେଲି

ସାହାରା ଦେବାକୁ ହାତ ବଢେଇଲି

   ତୋ ସାଥି ସାଜିଲି ମୁଁ  

ଏଡେ ଧୋକାବାଜ୍ ତୁ ।


ମୋ ଦୁନିଆରେ ଭଲରେ ମୁଁ ଥିଲି

     କାହିଁକି ଆସିଲୁ ତୁ

ଛଳନା ଜାଲରେ ଫସେଇ ଦେଲୁ ତୁ

     ବଳି ପଡିଗଲି ମୁଁ ।

 ଟିକିଏ ହସ ମୋ ଓଠେ ଆଣି ଦେଇ

     ଲୁହ ଭରି ଦେଲୁ ତୁ 

ତୋ ପାଇଁ ଆଜି ଏଇ ଦୁନିଆରେ 

   କାହାର ହେଲିନି ମୁଁ ।

ନିଜଠୁ ଅଧିକ ଭଲ ପାଉଥିଲି

ଛାଇ ପରି ତୋର ସାଥେ ରହିଥିଲି

     ହସୁଥିଲି କେତେ ମୁଁ ।

ମୋ ସାଥେ ଖେଳିଲୁ ତୁ ।


ବିଶ୍ବାସରେ ମୋର ବିଷ ଭରି ଦେଲୁ

     କେମିତି ସହିଲା ଦେହ

ତୋ ଓଠରେ ହସ ଭରିଦେଇ ଗଲି

   ମୋ ଆଖିରେ ଦେଲୁ ଲୁହ ।

ଏଡେ ମାୟାବିନୀ ଏଡିକି କପଟୀ

      କପଟେ ମାରିଲୁ ମୋତେ

ଏ ଦୁନିଆ ଆଜି ପାଗଳ କହୁଛି 

     ବିଦ୍ରୁପ କରୁଛି କେତେ ।

ମିଛରେ ସାଜିଲୁ ତୁ ମୋର ପ୍ରେମିକା

ପ୍ରେମିକକୁ ପାଇ ଦେଲୁ ମୋତେ ଧୋକା

    ବଞ୍ଚି ପାରିବିନି ସତେ ମୁଁ ।

ଏଡେ ମାୟାବିନୀ ତୁ ।


ତୋ ମାୟାରେ ଆଜି ବାୟା ହେଇ ମୁଁ

      ନିଜକୁ ତଉଲୁ ଅଛି

କାହିଁକି କେମିତି ଭଲ ମୁଁ ପାଇଲି

     ନିଜେ ଧିକ୍କାର କରୁଛି ।

ଭଲ ପାଇବାର ଭଲ ଅଭିନୟ 

    ମୋ ସାଥେ କରିଲୁ ତୁ 

ତୋ ପାଇଁ ଆଜି ମଶାଣୀ ଜୁଇରେ

    ସପନ ଦେଖୁଛି ମୁଁ ।

ଚଲାପଥେ ମୋର କଣ୍ଟା ବିଛାଇଲୁ

ସବୁ ସୁଖ ମୋର ଛଡାଇ ତୁ ନେଲୁ

     କାନ୍ଦି ହସେ ଆଜି ମୁଁ 

ଏଡେ ମାୟାବିନୀ ତୁ ।


Rate this content
Log in

Similar oriya poem from Abstract