STORYMIRROR

Sagar Kumar Parida

Abstract

4  

Sagar Kumar Parida

Abstract

ଜୟ ମା ମହାଲକ୍ଷ୍ମୀ

ଜୟ ମା ମହାଲକ୍ଷ୍ମୀ

1 min
587

ଜୟ ମା ମହାଲକ୍ଷ୍ମୀ ଅର୍ଣ୍ଣବ ପୁତ୍ରୀ

ଇନ୍ଦିରା ଲୋକମାତା ବିଭବ ଦାତ୍ରୀ ।।

ପରମେଶ୍ୱରୀ ଯୋଗମାୟା ଚଞ୍ଚଳା

ଵିଷ୍ଣୁପ୍ରିୟା ଭବାନୀ ମାତା ବିମଳା ।।

ବୈଷ୍ଣବୀ ଚଣ୍ଡୀ ଦୁର୍ଗା ଭୁବନେଶ୍ୱରୀ

ଅନ୍ନଦା ଅନ୍ନପୂର୍ଣ୍ଣା ନାମ ତୁମରି ।।

ମାର୍ଗଶିର ମାସରେ ମର୍ତ୍ତ୍ୟେ ବିହରି

ଭକତଜନେ ଦେଉ ଅଭୟବାରୀ ।।

କଲ୍ୟାଣମୟୀ ନାମେ ଜଗତେ ଖ୍ୟାତ

ରୁଷ୍ଟେ ରାଜନ ହୁଏ ରଙ୍କେ ପତିତ ।।

ସ୍ୱୟଂ ବୈକୁଣ୍ଠ ପତି ଜଗତନାଥ

ବାର ବର୍ଷ ବୁଲିଲେ ଛାଡି ତୋ ସାଥ ।।

ଭକ୍ତିରେ ହୁଅ ପ୍ରୀତ ହେ ଭଗବତୀ

ଧନ, ଐଶ୍ୱର୍ଯ୍ୟ ଦାନ କର ଝଟତି ।।

ସୁରା ସୁର ଅସୁର ବନ୍ଦିତା ହୋଇ

ଦୁଃଖ ଦୂର ନ କର ଦୁଃଖୀର କାହିଁ ।।

ବାରେ କରୁଣାକର ହେ ବିଶ୍ୱମାତା

ଦାରିଦ୍ର୍ୟ ଘୁଞ୍ଜିଯାଉ ମୋହର ସଦା ।।


Rate this content
Log in

Similar oriya poem from Abstract