ଲଲାଟେ ଗାରିଛୁ ତୁହି
ଲଲାଟେ ଗାରିଛୁ ତୁହି


ଯାହା କିଛି ହୁଏ ମନୁଷ୍ୟ ଜୀବନେ
ଲଲାଟେ ଗାରିଛୁ ପ୍ରଭୁ,
ବଡ଼ଦେଉଳରୁ ନଜର ରଖିଛୁ
ତୁହି ଗିରିଧାରୀ ପ୍ରଭୁ।
ସବୁ ଗାର ପ୍ରଭୁ ତହରି ଭିଆଣ
ପରିବର୍ତ୍ତନ ଭି କରୁ,
ଭକ୍ତଙ୍କ ଭକ୍ତିରେ କରୁତୁ ସମ୍ଭବ
ସୁଗମ ପଥକୁ କରୁ।
ଜଗତର କର୍ତ୍ତା ପ୍ରଭୁ ଜଗନ୍ନାଥ
ଜୀବନ ଅସ୍ତିତ୍ୱ ତୁହି,
ତୁହି ଆତ୍ମା ମୋର ପ୍ରମାତ୍ମା ଭି ତୁହି
ଜ୍ଞାନ କର୍ମ ଅଟୁ ତୁହି।
ପିଣ୍ଡ ଦେଇ ଅଛୁ ଡଉଲ ଡାଉଲ
ନାହିଁ ମୂଲ୍ୟ କିଛି ତାର
ତଥାପି ମନୁଷ୍ୟ ଗର୍ବ କରୁ ଥାଏ
ଆତ୍ମା ଛାଡ଼ି ଯାଏ ତାର।
ସମୟକୁ ଭାବେ ତାହାରି ଅଧିନ
ଭାବେ ସର୍ବେସର୍ବା ସେହୁ,
ସ୍ବାର୍ଥ ଅହଂକାରେ ଜଡ଼ିତ ରୁହେଟି
ତୋ ଲୀଳା ନବୁଝେ ସେହୁ।
ଯନ୍ତ୍ରଣା ଦିଅଇ ଅହଂକାରେ ପଡ଼ି
ବାହୁବଳି ଭାବେ ମନେ,
>ଜ୍ଞାନୀ ଜନଙ୍କୁ ସେ ଦୁଖିତ କରେଟି
ଭାବ ମହାପାପୀ ଧ୍ୟାନେ।
ଦେଉ ନର୍କେ ସ୍ଥାନ ଏପରି ଜନଙ୍କୁ
ଦେଖୁ ତୁ ଚକାନୟନେ,
ଜଗତ ପାଳକ ତୁହି ଜଗନ୍ନାଥ
ସର୍ବୋପରି ମୋ ଜୀବନେ।
ଭକ୍ତି ରଖି ଅଛି ଚରଣେ ତହର
ନାହିଁ କିଛି ମୋର ମନେ,
ଗୃହର କାର୍ଯ୍ୟରେ କର୍ତ୍ତ୍ୟବକୁ ପାଳି
ରହିଛି ମୁଁ ତୋ ଭୂବନେ।
ଜନତା ସେବାରେ ପିଣ୍ଡକୁ ଅର୍ପଣ
କରିଛି ମୁଁ ଦିନରାତି,
ରାଷ୍ଟ୍ରର ନିର୍ମାଣେ ଗୁଣ୍ଡୁଚିର ପରି
କାର୍ଯ୍ୟ କରୁ ଅଛି ନିତି।
ଆଶିର୍ବାଦ କର ପ୍ରଭୁ କୃପାସିନ୍ଧୁ
ସତ୍ୟ ମାର୍ଗେ ରହୁ ପଥ,
ଅତିଥି ସତ୍କାରେ ରହୁ ମନ ପ୍ରାଣ
ଧର୍ମପଥେ ରହୁ ପଥ।
କରୁଣା କରହେ କରୁଣାର ସିନ୍ଧୁ
କର୍ତ୍ତବ୍ୟ ପୂରଣ କର,
ତୁହି ଦୟା କଲେ ମଙ୍ଗଳ ହୋଇବ
ଚିନ୍ତା ହୋଇ ଯିବ ଦୂର।