ମନ ଖୋଲା ହସ
ମନ ଖୋଲା ହସ


ମନ ଖୋଲା ହସ
ଏବେ ଦେଖିବାକୁ ତ କଷ୍ଟ
ଲୋକଙ୍କ ମୁଖରେ ହସ ଦେଖିଲେ ମଧ୍ୟ
ହୋଇ ନ ଥାଏ ତାହା ମନ ଖୋଲା ହସ
ଥାଏ ସେଥିରେ ଅନେକ ଲୁପ୍ତ ପ୍ରଶ୍ନ ।
ସମୟ ଓ ପରିସ୍ଥିତି ଆଜି
ପରା ଦାଉ ସାଜିଛି
ଦୁନିଆଟି ପରା ପ୍ରତିଯୋଗିତାରେ ଯାଇଛି ଭରି
ଅନ୍ୟର ସୁଖ ଦେଖି
ଲୋକେ ଖୁସି ହେବା ଭୁଲି
ଇର୍ଷାରେ ଯାଆନ୍ତି ଜଳି ।
ଆଜି ଇର୍ଷା ଆଉ ଅହଙ୍କାର
ସମସ୍ତଙ୍କୁ କରିଛି ଗ୍ରାସ
ଏଇଠି ସବୁ କିଛି ସାଜିଛି ଗର୍ବ
ନାହିଁ ଆଉ ମାନବିକତାର ପରିଚୟ ।
ପ୍ରେମ ନାମରେ ଲାଗିଛି ସ୍ୱାର୍ଥ
ମହ ମାୟାରେ ସମସ୍ତେ ବଶୀଭୂତ
ନିଜ ସପନକୁ କରିବା ପାଇଁ ସାର୍ଥକ
ଲୋକେ ଆଉ ପଛାଉ ନାହାଁନ୍ତି ଭାଙ୍ଗିବା ପାଇଁ କାହାରି ହୃଦୟ ।
ଏମିତି ଇର୍ଷା ଅହଙ୍କାର ଆଉ ଗର୍ବୀ ଦୁନିଆରେ
ମନ ଖୋଲା ହସ ଦେଖିବାକୁ ମିଳିବ କୁଆଡେ
ହସିବାର ଅଭିନୟ କରି ଲାଭ କଣ ଯେ
ଯଦି ଶାନ୍ତି ନାହିଁ ହୃଦୟରେ ।
ହେ ଆଜିର ସମାଜ
ଚାଲ ଶିଖିବା ଶିଶୁ ଠାରୁ ମନ ଖୋଲା ହସ
ସେ ଯେ ନିଷ୍କପଟ
ହୃଦୟରୁ କରିଦିଏ ସମସ୍ତଙ୍କୁ ନିଜର
ନ ଥାଏ ତା ମନେ ଭେଦ ଭାବ
ମନ ଖୋଲି ହସି ଦୂରେଇ ଦିଏ ସମସ୍ତଙ୍କ ଦୁଃଖ ।