STORYMIRROR

Panchanan Jena

Abstract

4  

Panchanan Jena

Abstract

ଉଡୁ ଫରଫର

ଉଡୁ ଫରଫର

1 min
511

ଜୁହାର ରେବା ଅପା

ବୋଲି କହିଦେଲେ

ଉଳଗି ରେବ ମ୍ୟାଡ଼ାମ

ବୋଲି ବୋଲିଦେଲେ

ନମସ୍କାର ରେବତୀ ଗୁରୁମା’ 

ବୋଲି ଡାକିଦେଲେ


ପ୍ରତିଧ୍ଵନି ଖେଳିଯାଏ

ମାଟିରୁ ଆକାଶ

ହସଫୁଲ ମହଣ ମହଣ 

ବିଂଚିଦିଏ ଦିବ୍ୟ ପ୍ରକାଶ 


ଆତ୍ମାରୁ ହୃଦୟରୁ ସମ୍ମାନ ଥାଏ 

ଚେତନାରେ ମୋର

ଚିନ୍ତା ଚୈତନ୍ୟରୁ ମନ ଗହନରୁ 

ଶ୍ରଦ୍ଧାଥାଏ ପ୍ରାର୍ଥନାରେ ମୋର


ଅଫୁରନ୍ତ ପ୍ରତି ନମସ୍କାର 

ମିଳୁଥାଏ କୈବଲ୍ୟ ପରା

ପ୍ରଧାନ ଶିକ୍ଷିକା କମ୍ 

ବଡ଼ ଅପା-ଦିଦି- ଭଉଣୀର ସ୍ନେହ

ମିଳୁଥାଏ କରୁଣା ଝରା


ବର୍ଷ ବର୍ଷ କାର୍ଯ୍ୟାଳୟ

ସଂପର୍କ ଡୋରୀ

ପ୍ରଧାନ ଶିକ୍ଷିକା-ଶିକ୍ଷକର କ୍ଷୀଣ 

ଅପା-ସଖାର ମିଶ୍ରଣ ପୁରି


କେତେବେଳେ ମନ ମସ୍ତିଷ୍କରେ 

ଫୁଲକ ପୁରାଏ

କେତେବେଳେ ଅସ୍ଥି ମଜ୍ଜାଗତ

ଝଲକ ଝରାଏ l


କେତେବେଳେ ଆତ୍ମାଗତ ଜାଜ୍ୱଲ୍ୟରେ 

ହସି ବସି ବେଦମ୍ କରାଏ 

ପୁଣି ଦେଦିପ୍ୟମାନ ମହାଦେବୀର 

ଶୀର୍ଷସ୍ଥାନକୁ ନେଇ ବସାଏ l


ନ ସରୁ ଏହି ଅମୀୟ 

ସଂପର୍କର ପର୍ବ

ନ ମରୁ ଏହି ପୁଲକିତ 

ମାନବୀୟ ଅର୍ଘ୍ୟ


ସେବାନିବୃତ୍ତି ନହେଉ 

ପେଟପୋଷା ବୃତ୍ତିରୁ

ଅର୍ଥକରି ଜୀବନ ଜୀବିକାରୁ ଅବସର 

ନିରବଚ୍ଛିନ୍ନ ସେବା କରୁଣାରେ 

ଅତୁଲ୍ୟ ମାନବବାଦ ବ୍ରତରେ 

ହେଉ ସଦା ସ୍ଵର୍ଗୀୟ ନିର୍ଝର 


ବଂଚିତ ନ ହେଉ ବିଦ୍ୟାଳୟ ଶିକ୍ଷାୟତନ 

ନିଶାମଣୀ ନୋଡାଲ ଶିକ୍ଷାକ୍ଷେତ୍ର

ପ୍ରତାପପୁର ବାଳିକା ପରିବାର 

ବାଲିଆପାଳ ଶିକ୍ଷା ମଣ୍ଡଳେ 

ବାଲେଶ୍ଵର ଶିକ୍ଷା ସଂଭାଗେ 

ଓଡ଼ିଶା ଗଣଶିକ୍ଷା ବିଭାଗେ 

କିର୍ତ୍ତି ପତାକା ଉଡ଼ୁ ଫରଫର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract