STORYMIRROR

Debabrata Mishra

Abstract

4  

Debabrata Mishra

Abstract

ଈଶ୍ୱରଙ୍କୁ ପ୍ରଶ୍ନ

ଈଶ୍ୱରଙ୍କୁ ପ୍ରଶ୍ନ

1 min
551


ଜାଣିସୁଦ୍ଧା ମଣିଷକୁ ମିଳେ କର୍ମଫଳ

ତା' ବୋଲି କଣ ଅନ୍ୟାୟର ସୀମା ନାହିଁ,

ଅତ୍ଯାଚାରର ଓ ପକ୍ଷପାତିତାର ଅନ୍ତ ନାହିଁ

ଅବା ବୈଷମ୍ୟତାର ଶେଷ ନାହିଁ..?

ତୁମେ ଈଶ୍ବର ସବୁ ପ୍ରଶ୍ନର ଉତ୍ତର ଦେବା

କ'ଣ ତୁମର ଦାୟିତ୍ୱ ନୁହେଁ...!

ଧର୍ମସଙ୍କଟରେ ପକାଇ ଖେଳ ଦେଖୁଛ

ନା ତୁମକୁ ନିନ୍ଦି ହେଉଛି ନା ନିଜକୁ ଛାଡ଼ି ହେଉଛି

ବିରୋଧ କାହାକୁ କେମିତି କରିବ ଏଠି..?

ଅନ୍ୟାୟର ପାହାଡ଼ ପରା ଯେତେ ପଥର ଖସିଲେ ବି

ସରୁନାହିଁ ବିଶାଳ ଅବିଚାରର ଦୂର୍ଗର ଆୟୁଷ

ତୁମେ ଈଶ୍ବର ବୋଲି କ'ଣ ଚୁପ୍ ରହିଯିବି..!

ତୁମେ ନାଟକ ଦେଖିବା ଛାଡ଼ ହୋ ସାଆନ୍ତେ

ଥରେ ଲଢେଇ ଦେଖିବାକୁ ଇଚ୍ଛା କରୁନ ଯେ ଗୋସାଇଁ,

ନାଟକରେ ଦରିଦ୍ର, ଅସହାୟର ଚରିତ୍ର ଭଲଲାଗେ ତୁମକୁ

ଶକ୍ତିବାନ କରି ଦେଖ ଦୁଇପକ୍ଷକୁ ଲଢେଇର ଆସିବ ମଜା,

ଏକପାଖିଆ ଜଣେ ଆଖିବୁଜା ଗୁଳି ବର୍ଷଣ କରିଚାଲିଛି

ଅନ୍ୟପକ୍ଷକୁ ତୁମେ ଛାତିଦେଖାଇବାକୁ ବାଧ୍ଯ କରି କହୁଛ ପାପଫଳ

ଆଉ ଚୁପ୍ ରହବିନି ତୁମକୁ ଜବାବ୍ ଦେବାକୁ ହେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract