STORYMIRROR

Jagannath Barik

Abstract

4  

Jagannath Barik

Abstract

ସମୟ ବଡ଼ ବଳବାନ

ସମୟ ବଡ଼ ବଳବାନ

1 min
590



ହେ ସମୟ, ତୁମକୁ କରୁଛି ନମସ୍କାର

ତୁମେ ସତ୍ୟ ତୁମେ ଶିବ ତୁମେହିଁ ସୁନ୍ଦର

ତୁମେ ସୃଷ୍ଟି ଆରମ୍ଭର ପ୍ରଳୟ ଅନ୍ତର

ନିରବଛିନ୍ନ ଗତିରେ ପ୍ରବାହ ତୁମର ।


ନୁହଁ ଦୃଶ୍ୟ ନୁହଁ ଶ୍ରାବ୍ୟ କି ଅନୁଭବର

ନୁହଁ ସ୍ପର୍ଶ୍ୟ ପ୍ରୀତି ଵଶ ଅବା ବିରାଗର

ନିର୍ବିକାର ନିର୍ବିକଳ୍ପ ନିରଳସ ଚିର 

କେବେ କାହା ଅନୁରୋଧ ରଖିନ ମହୀର ।


ସମ ଦୃଷ୍ଟି ସମ ଭାବ ନିରପେକ୍ଷତାର

କାଳ ତୁମେ ମହାକାଳ ହିରଣ୍ୟ ଗହ୍ୱର

ତୁମେ ଅଟ ସର୍ବଗ୍ରାସୀ ସର୍ବ ଆୟୁ ହର

କେ ରୋଧି ପାରିବ ତୁମ ଗତି ଦୁର୍ନିବାର ।


ସୁଖର କଲ୍ଲୋଳ କେବେ ଦୁଃଖର ଲହର

ସୃଷ୍ଟି ଚକ୍ର ବିବର୍ତ୍ତନ ବୃଦ୍ଧି ବିଲୟର

ସର୍ବ ଦ୍ରଷ୍ଟା ସାକ୍ଷୀ ତୁମେ ଯୁଗଯୁଗାନ୍ତର

ସତ୍ୟ ତ୍ରେତୟା ଦ୍ୱାପର କଳି

ବିଧାନର ।


ପୁରାଣର ଇତିବୃତ୍ତ ଇତିହାସ ଭୂଗୋଳର

ଭୂମି ରୂପ, ବ୍ୟୋମ ଜ୍ୟୋତି ଗ୍ରହ ନକ୍ଷତ୍ରର |

ଦେଖିଅଛ ଜେଲି ଠାରୁ ତୁମେ ଡାଇନୋସର

ମୀନ ଠାରୁ କଲ୍କି ଦଶ ବିଧ ଅବତାର।


ଚକ୍ରବର୍ତ୍ତୀ ରାଟ ଠାରୁ ଭିକ୍ଷାକାରୀ ନର 

କେବା ଧରା ନପଡ଼ିଛି ତୁମରି ହସ୍ତର

କିନ୍ତୁ ମହାମୂଲ୍ୟବାନ ତୁମେ ଏ ବିଶ୍ୱର

ତୁମକୁ ଚିହ୍ନିଚି ଯିଏ କରିଅଛି ସଦବ୍ୟବହାର ।


ସଫଳ ସେ ଜୀବନର ସକଳ କ୍ଷେତ୍ରର

ଅଳସୁଆ ବୁଝେ ନାହିଁ ମହତ୍ୱ ତୁମର

ଭାଗ୍ୟ ବିବର୍ତ୍ତନ ନାବେ ତୁମେ କର୍ଣ୍ଣଧାର

ତୁମେ ପ୍ରତିକୂଳ ହେଲେ ସର୍ବସ୍ୱାନ୍ତ ନର ।


ହେ ଅନନ୍ତ ଅକ୍ଷର ତୁମେ ପରମ ଈଶ୍ୱର 

ହେ ସମୟ ବଡ଼ ବଳବାନ

  ତୁମକୁ କରୁଛି ନମସ୍କାର ।



Rate this content
Log in

Similar oriya poem from Abstract