ଘର ମୋର ସ୍ୱର୍ଗ
ଘର ମୋର ସ୍ୱର୍ଗ


ଜନମ ମରଣ ଯା କୋଳ କାରଣ
ସିଏ ପରା ମୋର ଘର
ଜେଜେ ଙ୍କ ଜନମ ବାପା ଙ୍କ ଜନମ
ସେଠି ବି ଜନମ ମୋର ।
ଝାଟି ମାଟି ଘର ବଦଳି ଯାଇଛି
ସମୟ କୁ ତାଳ ଦେଇ,
ଚାକଚକ୍ୟଭରା ଭୂତଳ ପ୍ରସାଦେ
ସ୍ନେହ ଝରେ ମୁକ୍ତା ହୋଇ ।
ଶରଧା ପଣତ ବିଛେଇ ବସିଛି
ସରାଗେ ମୋ ଜେଜେ ମାଆ
ଅଭିନଵ ଢଙ୍ଗେ ନିଶମୋଡି ଜେଜେ
ମିଛରେ ଭୁଲାନ୍ତି ଭୁଆଁ ।
ସେହି ମୋର ଜନ୍ମ ଜନ୍ମାନ୍ତର ପ୍ରିୟ
ଆଦରଣୀୟା ମୋ ଘର
ଯେଉଁଠି ରହିଛି ତାଳପତ୍ର ଲେଖା
ଜୀବନ ର ତିଥିବାର ।
ଯା ଦେହରେ ଭରା ବାତ୍ସଲ୍ୟ କଳିକା
ମମତା ର ରୂପରେଖ
ଯେଉଁଠି ରହିଛି ବଂଶ ବୁନିୟାଦି
ବାପା ଙ୍କ କଡ଼ା ଆକଟ ।
ଯେ ଘରେ
ଜଳିଛି ମୋ ଏନ୍ତୁଡ଼ି ନିଆଁ
ଷଠିଦୁଷି ପୂଜା ଚାର
ମାଆ ହାତପାତି ଆୟୁଷ ମାଗଇ
ମୋ ପାଇଁ ଅନେକ ଥର ।
ସେହି ଘର ମୋର ସଂସାରରେ ସାର
ସ୍ୱର୍ଗାଦପି ଗରିୟସୀ
ମାଟିରେ ବୈକୁଣ୍ଠ ସମତୁଲ୍ୟ ସିଏ
ଜନମି ମୁଁ ଏଠି ଖୁସି ।
ଖାଇବା, ପିଇବା ପିନ୍ଧିବା, ରହିବା
ସବୁ ତା ସହ କରିଛି
ରୋଗ ଶୋକ ବେଳେ ଅନେକ କଥା ମୁଁ
ତାକୁ ଲୁଚାଇ କହିଛି ।
ତା ସରିସମ କିଏ କାହିଁ ଅଛି
ବ୍ରହ୍ମାଣ୍ଡେ ଘର ମୋ ସ୍ୱର୍ଗ
ପିତା ମାତା ଭାଇ ଭଗ୍ନୀ ସହ ରହି
ନିଜେ ମଣେ ବଡ଼ ଭାଗ୍ୟ ।
ତା କରକମଳେ ମଥାନତେ କରେ
କୋଟି କୋଟି ନମସ୍କାର
ତା ଭିଜାମାଟିର ମହମହ ବାସ୍ନା
ଘରସେହି ସ୍ୱର୍ଗ ମୋର ।