ଶୀତ ମାଉସୀ
ଶୀତ ମାଉସୀ


ଶୀତ ମାଉସୀ ଶୀତ ମାଉସୀ
ଧରାକୁ ଆସ ଆସ
କାକର ଛୁଆଁ ଶୀତଳ ବାଆ
ସଙ୍ଗରେ ଧରି ଆସ |
ତୁମ ପରଶୁ ଧରଣୀ ହସୁ
ଶସ୍ୟଦଳେ ଲସି
ପକ୍ବ ଧାନରେ ସୁନା ଉପରେ
ମୁକୁତା ଯାଉ ବର୍ଷି |
ଆଳୁ କଖାରୁ ବାଦାମ ସାରୁ
କୋବି ଝୁଡ଼ଙ୍ଗ ଶାଗ
ମୂଳା କଲରା ମକା ଵାଜରା
ରବି ଫସଲ ରାଗ |
ମାଣବସାରେ ଗୁରୁ ବାସରେ
କୃଷକବଧୂଗଣ
କରିବେ ଲକ୍ଷ୍ମୀ ପୂଜା ଆରତୀ
&nbs
p; ଭବନ ଶୋଭାବନ |
ପ୍ରଥମାଷ୍ଟମୀ ଶିରୀପଞ୍ଚମୀ
ସରସ୍ୱତୀଙ୍କ ପୂଜା
ପୁଷ ପୂନେଇ ମଣ୍ଡା ବନେଇ
ଦାଣ୍ଡ ପହଁରା ମଜା |
ମଣ୍ଡା ଜିନିଆ ଗୋଲାପ କିଆ
ମାଣିକ ମକଦଲ
କଇଁ କମଳ ଆଖୁର ଶର
ମାଳତୀ ପାଟ ଦଳ |
ସୋରିଷ କ୍ଷେତ ଦିଶୁ ସରସ
ହରଷ ହେଉ ମନ
ଆସିବ ଧନୁ ଚଳିବ ହନୁ
ମକର ମୁଆଁମାନ |
ଶୀତ ପୋଷାକ ବଜାରଯାକ
ଶୋଭା ବଢା଼ଉ ଥାଉ
ଦିନ କମାଇ ରାତି ବଢ଼ାଇ
ରବି ଦକ୍ଷିଣେ ଯାଉ |