STORYMIRROR

Jagannath Barik

Abstract

4  

Jagannath Barik

Abstract

ବିବାହର ପ୍ରକାର

ବିବାହର ପ୍ରକାର

1 min
467


ପ୍ରଜାପତି ଘଟସୁତ୍ର ବିବାହ ବନ୍ଧନ

ନାରୀ ପୁରୁଷ ମିଳନ ସଂସାର ସର୍ଜନ ।

ଚାରି ପ୍ରକାର ବିବାହ ଅଛି ଶାସ୍ତ୍ରମତ 

ବୈଦିକ, ବାକଦତ୍ତ, ସ୍ୱୟଂମ୍ବର ଗାନ୍ଧର୍ବ୍ୟତ ।

ସବୁଠାରୁ ଶ୍ରେୟ ଅଟେ ବୈଦିକ ପଦ୍ଧତି

ବେଦମନ୍ତ୍ରେ ବର କନ୍ୟା ବେଦୀରେ ବସନ୍ତି ।

ଜାତକ ମେଳକ ଯୋଗ ଲଗ୍ନ ସ୍ଥିରୀକୃତ

ଉଭୟ ପକ୍ଷର ଗୁରୁଜନଙ୍କ ଗୃହୀତ ।

ବ୍ରାହ୍ମଣ କରନ୍ତି ଏହି କର୍ମ ସମ୍ପାଦନ

ଭୋଜିଭାତ ମହୋତ୍ସବ ଆତ୍ମୀୟ ସ୍ୱଜନ ।

ବାକଦତ୍ତ ବିବାହ ଏକ ପ୍ରତିଶ୍ରୁତିବଦ୍ଧ

ବହୁପୂର୍ବୁ ବର କନ୍ୟା ପକ୍ଷର ସମ୍ବନ୍ଧ ।

କ୍ଷତ୍ରିୟମାନଙ୍କରଟି ଥାଏ ସ୍ଵୟଂବର

ପଣ ଯେ ପୂର୍ଣ୍ଣ କରଇ ଧରେ କନ୍ୟା କର ।

ଶିବ ଧନୁ ଭାଙ୍ଗି ରାମ ବିଭା ମଇଥିଳୀ 

ମହାଲାଖ ବିନ୍ଧି ପାର୍ଥ ଲଭିଲେ ପାଞ୍ଚାଳି ।

କନ୍ୟା କରେ ସ୍ୱୟଂବରେ ସ୍ୱବର ଚୟନ

ମନ ଲାଖି ପତି ଗଳେ ମାଲ୍ୟ ଅରପ

ଣ ।

ଦମୟନ୍ତୀ ନଳ ମଦୟନ୍ତୀ ସଉଦାସ

କୁନ୍ତୀ ପାଣ୍ଡୁଙ୍କୁ ସାବିତ୍ରୀ ସତ୍ୟବାନେ ଆଶ ।

ଗାନ୍ଧର୍ବ ମତରେ ବର କନ୍ୟା ପରସ୍ପର

ରାଜିନାମା ସ୍ୱୀକୃତିରେ ହୁଏ ବିଭାଘର ।

ସମ୍ବରଣ ତପତି ଗାନ୍ଧର୍ବ ବିଭାଘର

ପୁରୁରବା ଉର୍ବଶୀ ଯଯାତି ଶର୍ମିଷ୍ଠାର ।

ଆଜିକାଲି ପିତାମାତା ଅଜ୍ଞାତସାରରେ

ମାଳ ମାଳ ବିଭାଘର ଗାନ୍ଧର୍ବ ମତରେ ।

କେହି ଦେବାଳୟେ କେହି ଅବା ନ୍ୟାୟାଳୟେ

ସାବାଳକ ବରକନ୍ୟା ରାଜିରେ ଏ ହୁଏ ।

ଏବେ ଉଚ୍ଚ ଶିକ୍ଷାଧାରୀ ପାଶ୍ଚାତ୍ୟ ନୀତିରେ

ଚୁକ୍ତି ଅବଧି ବିବାହ କରନ୍ତି ଅଚିରେ ।

ବିବାହ ପୂର୍ବରୁ ସମ୍ପର୍କିତେ ରହିଥାନ୍ତି

ଏପରି ବିବାହେ ବହୁ ଧୋକା ଖାଇଥାନ୍ତି ।

ବସ୍ତ୍ର ପାଲଟିବା ପରି ଅଦଳ ବଦଳ

ପଶୁତ୍ୱ ବିବାହ ଏତ ନରକ ଆବିଳ ।

ଏଣୁ ବୈଦିକ ସଂସ୍କୃତି ହେ ନର ଆଚର

ହସିବ ସଂସାର ଏକ ପତ୍ନୀବ୍ରତ ଧର ।



Rate this content
Log in

Similar oriya poem from Abstract